ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ମହୋତ୍ସବ ପାଳିତ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ଆଜି ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳନ କରାଯାଇଛି । ଏଥିରେ କନମିନାର ସାଙ୍ଗମ ନୀଳକଣ୍ଠଙ୍କ ତତ୍ତ୍ୱାବଧାନରେ ସମସ୍ତ ସତ୍ୟସାଇ ଭକ୍ତଙ୍କ ଉପସ୍ଥିତରେ ପତାକା ଉତ୍ତୋଳନ କରିଥିଲେ ।ସକାଳୁ ଓ ସନ୍ଧ୍ୟାରେ ସାଇଙ୍କ ଭଜନ କୀର୍ତ୍ତନ କରିଥିଲେ ।ଏ ଅବସରରେ ସତ୍ୟସାଇ କମିଟି ତରଫରୁ ୯୬ଟି ଶୀତଳ ବସ୍ତ୍ର ଗରିବ ଲୋକଙ୍କୁ ବଣ୍ଟନ କରିବା ସହ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ।ଏଥିରେ ଗ୍ରାମବାସୀ ଓ ସତ୍ୟ ସାଇ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।

Comments are closed.