ମାଟି ଖନନ ବେଳେ ଅଘଟଣ: ଜଣେ ମହିଳା ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଦୁଲୁଣି ଗୁଡା ଗାଁର ମହିଳାମାନେ ମୁରୁମମାଟି ଖନନ ବେଳେ ଅଘଟଣ ଘଟିଛି। ଏଥିରେ ତିଲେ କଞ୍ଜ।କା (୨୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ତୁର୍କୀ କାଡ୍ରକା (୨୨)ଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ ଆଜି ଦୁଲୁଣିଗୁଡା ଗ୍ରାମର କିଛି ମହିଳାମାନେ ଗୋପାଳପୁର ଗାଁ ନିକଟରେ ମୁରୁମ ମାଟି ଖାଲୁଥିଲେ। ସେହି ସମୟରେ ଉପର ମାଟି ହାଲୁକା ହୋଇଥିବାରୁ ଦୁଇ ଜଣ ମହିଳାଙ୍କ ଉପରେ ପଡିବାରୁ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ମହିଳାମାନେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସଙ୍ଗେ ସଙ୍ଗେ ୧୦୮କୁ ଯୋଗାଯୋଗ କରିଥିଲେ। ଆହତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରି ତିଲେ କଞ୍ଜ।କାଙ୍କ ମୃତ୍ୟୁ ହୋଇଥିବା କହିଥିବା ବେଳେ ଅନ୍ୟ ଜଣେ ମହିଳା ତୁର୍କୀ କାଡ୍ର।କାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇଁ ସ୍ଥାନୀୟ ପୁଲିସ ଏସଆଇ ବିମଲ କହଁର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।

Comments are closed.