ପୋଷାକ ବିତରଣ ଉତ୍ସବ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ମାନସିଂ ଗରଡ଼ିଆ ଅତିଥି ଭାବେ ଉପସ୍ଥିତ ରହି ଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨୪୦ ଛାତ୍ର ଛାତ୍ରୀ ଙ୍କୁ ୨ହଳ ପୋଷାକ ଓ ଗୋଟିଏ ହଳ ମୋଜା ଦେଇଥିଲେ ।ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ଆଶା ମଞ୍ଜୁରୀ ତ୍ରିପାଠୀ, ପି ଜୋଛନା ରାଣୀ,ମହେଶ୍ୱର ଗୁରୁ, ସ୍ୱାଗତିକ ଧଳ, ଚିନ୍ମୟୀ ପଲାଇ ସହିତ ପରିଚାଳନାକମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.