MEllora 950×100

ବନ ସଂରକ୍ଷଣ ସମିତି ଗୃହ ବାରଣ୍ଡାରେ ଚାଲିଛି କୁରାଡି ପ୍ରାଥମିକ ବିଦ୍ୟାଳୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର କୁରାଡ଼ି ପ୍ରାଥମିକ ବିଦ୍ୟାଳୟଟି ବନ ସଂରକ୍ଷଣ ସମିତି ଗୃହରେ ଚାଲିଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟଟି ୨୦୧୪ ମସିହାରେ ଶୁଭାରମ୍ଭ କରାଯାଇଛି ।ପ୍ରଥମେ ଗଛମୂଳେ ପାଠ ପଢା ଯାଉଥିଲା । ଖରାବର୍ଷାରେ ଗଛମୂଳେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାରେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏହା ଦେଖି ଗ୍ରାମବାସୀ ପିଲାଙ୍କ ସୁବିଧା ପାଇ ଗ୍ରାମରେ ଏକ ଘରେ କିଛିଦିନ ଧରି ପାଠ ପଢା ଆରମ୍ଭ କରିଥିଲେ ।ସେହିଠାରେ ମଧ୍ୟ ଅସୁବିଧା ହେବା ଯୋଗୁଁ ବର୍ତ୍ତମାନ ବନ ସଂରକ୍ଷଣ ସମିତି କାର୍ୟ୍ୟାଳୟର ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ ଦିଆଯାଉଛି ।
ଏହି କାର୍ୟ୍ୟାଳୟର ବାରଣ୍ଡାରେ ୨୦୧୯ମସିହା ଠାରୁ ପାଠ ପଢା ଚାଲିଛି । ଉକ୍ତ କାର୍ୟ୍ୟାଳୟର ଚତୁଃପାର୍ଶ୍ବ ଖୋଲା ରହିଥିବା ଯୋଗୁଁ ବର୍ଷା ଦିନ ବର୍ଷା ପାଣି ଛିଟା ମାରୁଥିବା ରୁ ଛାତ୍ରଛାତ୍ରୀ ମାନେ  ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରା ଓ ଶୀତରେ ମଧ୍ୟ ବସି ପାଠ ପଢିବା କଷ୍ଟକର ହୋଇପଡିଛି । ଯଦି ଗ୍ରାମରେ ଖଣ୍ଡିଏ ବିଦ୍ୟାଳୟ କୋଠା ନିର୍ମାଣ କରା ନ ଗଲେ ତାହା ହେଲେ ପିଲାମାନଙ୍କୁ ବିଦ୍ୟାଳୟକୁ ନ ଛାଡି ନିଜ ଘର କାମରେ ସହଯୋଗ କରିବେ । ପିଲାଙ୍କ ପାଠ ପଢିବା ପାଇଁ ନିକଟସ୍ଥ ରେ ଥିବା ନିମାଝୋଲା ବିଦ୍ୟାଳୟକୁ ଛାଡ଼ିବାକୁ ଭୟ କରୁଛୁ । କାରଣ କୁରାଡ଼ି ଠାରୁ ନିମାଝୋଲା ପ୍ରାୟ ୩ କିମି ଦୂର । ବାଟରେ ରାସ୍ତାକୁ ଲାଗିଏକ ପୋଖରୀ ରହିଛି ତାହାରି ଭୟରେ ଛାଡୁ ନାହୁଁ ବୋଲି ବିଦ୍ୟାଳୟର ପରିଚାଳନା ସଭାପତି ଅନ୍ତରାଓ କାଡ୍ରାକା,ରାମୟା ଉର୍ଲାକା, ରବିଉର୍ଲାକା,ଲକ୍ଷ୍ମୀକାଡ୍ରାକା,ପରୀକାଡ୍ରାକା,ଜନାଇ କାଡ୍ରାକା ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ବିଷୟକୁ ନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବା ସହ ଲିଖିତ ଅଭିଯୋଗ କରାଯାଇଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷା ଚିତ୍ତରଞ୍ଜନ ରାଉତରାୟ କହିଛନ୍ତି । ଏବିଷୟରେ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ରମେଶ ବିଡିକାଙ୍କୁ ପଚାରିବାରୁ ସେ କହିଲେ ଗତ ଜୁଲାଇ ମାସରେ କେଉଁ ଠାରେ ବିଦ୍ୟାଳୟ ନାହିଁ ଓ କେଉଁଠି ବିଦ୍ୟୁତ ନାହିଁ ବୋଲି ବି ଆର ସି ସି ଙ୍କ ଜରିଆରେ ଜିଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ସେହି ଠାରୁ ଅନୁମତି ମିଳିଲେ ବିଦ୍ୟାଳୟ ନିର୍ମାଣ କରାଯିବ ବୋଲି କହିଛନ୍ତି ।

Comments are closed.