ବିଜେପି ଦଳ ପକ୍ଷରୁ ୧୮୪ ବୁଥ ପରିଦର୍ଶନ

କଲ୍ୟାଣସିଂହପୁର :  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ୧୮୪ ବୁଥ ପରିଦର୍ଶନ କରିଥିବା ଜଣାପଡ଼ିଛି । ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ଟଙ୍କଧର ତ୍ରିପାଠୀ, ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲକା, ଜିଲା ସଭାପତି ଶିବ ପଟ୍ଟନାୟକ, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲକା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜେ ବାବୁ ରାଓ, ବ୍ଲକ ପୂର୍ବତନ ସଭାପତି ରାମରାଓ କାଡ୍ର।କା ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ଥିଲେ ।ମାଝିଗୁଡା ମଣ୍ଡଳୀର ବି ଜୋନ୍ ୧୮୪ବୁଥ ବିରିଡା ଗ୍ରାମରେ ପହଁଞ୍ଚି ବୁଥ ପରିଦର୍ଶନ କରିବା ସହ ଭୋଟର ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।ଆଗକୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଗାଁବୁଲି ଭୋଟର ଙ୍କୁ ସଚେତନ ଓ ଆଲୋଚନା କରିଥିଲେ ।

Comments are closed.