୭୬ତମ ସ୍ୱାଧୀନତା ଦିବସ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ୟ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଲଘୁଚାପ ଜନିତ ବର୍ଷା ହେବା ଯୋଗୁଁ ବିନା ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଏବିଡ଼ିଓ ବଳରାମ ପାତ୍ର, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ସମେତ ସମସ୍ତ ବ୍ଲକ ଅଧିକାରୀ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତହସିଲ କାର୍ୟ୍ୟାଳୟରେ ତହସିଲଦାର ସୁଧାକର ରଇତ ,ଶହୀଦ ପୀଠରେ ୮ ଟାରେ ଏବିଡ଼ିଓ ବଳରାମ ପାତ୍ର ପତାକା ଉତ୍ତୋଳନ କରିଥିଲେ ।
ସମସ୍ତ ସରକାରୀ ବେସରକାରୀ ଶିକ୍ଷାଅନୁଷ୍ଠାନ, ମିନିବ୍ୟାଙ୍କ, ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ, ବନାଞ୍ଚଳ କାର୍ୟ୍ୟାଳୟ, ଉପଡ଼ାକଘର, ଥାନା, ଅଗ୍ନିସମ ବିଭାଗ, ହନୁମାନ କ୍ଲବ, କଂଗ୍ରେସ , ବିଜେଡି,ପାଇକ ସମାଜ, ଡ୍ରାଇବର ସଂଘ, ଦେବଗିରି ଆଶ୍ରମରେ ଓ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ପତାକା ଉତ୍ତୋଳନ କରିଥିଲେ । ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ୭୫ ଫୁଟ ଲମ୍ବର ଜାତୀୟ ପତାକା ତିଆରି କରି କାଳୀସୁନ୍ଦର ମନ୍ଦିର ଠାରୁ ସମିତି କାର୍ୟ୍ୟାଳୟ ପର୍ୟ୍ୟନ୍ତ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ବଣିକ ସଂଘ, ବୁଦ୍ଧିଜୀବୀ, ସଚେତନ ନାଗରିକ ଉପସ୍ଥିତ ରହିଥିଲେ । ୭୫ତମ ସ୍ୱାଧୀନତା ଦିବସର ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୧୩,୧୪,୧୫ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଘରେ ପତାକା ଲଗାଇଥିଲେ । ମାଓ ପ୍ରବଣ ଅଞ୍ଚଳ ବିଜେପୁର ଏଫ/୪ର୍ଥ ଓ ତ୍ରିଲୋଚନପୁର ଡି/୪ର୍ଥ ସିଆରପିଏଫ ଯବାନ କ୍ୟାମ୍ପରେ ମଧ୍ୟ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Comments are closed.