ଲଗାଣ ବର୍ଷାରେ ଭାଙ୍ଗିଲା ଘର

କଲ୍ୟାଣସିଂହପୁର : କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ଗାଁର ଯମୁନା ନିସିକାଙ୍କ ଘର ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି ।ପ୍ରାୟ ୬ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ଘରର ମାଟି କାନ୍ଥ ଭିଜିବାରୁ ପାହାନ୍ତିଆ ବେଳେ ଭୁଷୁଡି ପଡିଲା । ଯାହାଫଳରେ ବିଧବା ଯମୁନା ରଖିଥିବା ଜିନିଷ ପତ୍ର ବର୍ଷା ଭିଜି ନଷ୍ଟ ହୋଇଯାଇଛି ।ଏହାକୁ ଗ୍ରାମବାସୀ ଦେଖି ରାଜସ୍ୱ ଅଧିକାରୀ ଓ ସରପଞ୍ଚ ବିଜୟ ଲକ୍ଷ୍ମୀ ତିମାକା ଙ୍କୁ ଜଣାଇଥିଲେ ।ଘଟଣା ସ୍ଥଳକୁ ସରପଞ୍ଚ ପହଞ୍ଚି ଥିବା ବେଳେ ରାଜସ୍ୱ ଅଧିକାରୀ ମାନେ ପହଞ୍ଚି ନଥିଲେ ।ତୁରନ୍ତ ପ୍ରଶାସନ ପହଞ୍ଚି ଆବାସ ଯୋଜନାରେ ସାମିଲ କରି ଗରିବ ବିଧବାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ କହିଛନ୍ତି ।

Comments are closed.