ବିଜେଡିର ଯୋଗ ଦେଲେ କଂଗ୍ରେସ କର୍ମୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ କଂଗ୍ରେସର ବହୁ କର୍ମୀ ବିଜେଡିରେ ମିଶି ଥିବା ଦେଖିବାକୁ ମିଳିଛି। ଆଜି ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ଯୋଜନା ବୋର୍ଡ ଓ ଜିଲା ବିଜେଡି ସଭାପତି ସୁଧୀର ଦାସ, ବ୍ଲକ ବିଜେଡି ସଭାପତି ସୁନ୍ଦର ରାଓ ବାଗଙ୍କ ଉପସ୍ଥିତିରେ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା, ସୁରୁମୁଲି, କାମଠଣା, ହାତିମୁଣ୍ଡା, ବାଗଗୁଡା, ଗୁଣ୍ଡୁରୀଗୁଡା, ପଲକାଲିମା, ଚାଞ୍ଚଡ଼ାଗୁଡା, କନ୍ଧ କାତିପାଡୁ ଗାଁରେ ଥିବା ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିଲେ। ବିଜେଡି ପକ୍ଷରୁ ଉକ୍ତ କର୍ମୀଙ୍କୁ ଦଳୀୟ ଚିହ୍ନ ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ। ଏଥିରେ ଦଳୀୟ କର୍ମୀ, ନେତା ଉପସ୍ଥିତ ଥିଲେ।

Comments are closed.