ନିଖୋଜ ଶିଶୁ ଉଦ୍ଧାର କଲା ପୁଲିସ

କଲ୍ୟାଣସିଂପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ କରପା ପଞ୍ଚାୟତର ଶୁଳିପଦର ଗାଁର ବିଶ୍ବମ୍ବର ସୌରିଆଙ୍କ ୩ ବର୍ଷର ବାଳିକା ଅଙ୍କିତା ସୌରିଆକୁ ପୁଲିସ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରିଛି। ପୁଲିସ କହିବା ଅନୁଯାୟୀ ଗତକାଲି ସନ୍ଧ୍ୟା ୪ଟା ସମୟରେ ଗାଁ ଦାଣ୍ଡରେ ସାଙ୍ଗସହ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକେ ଝିଅକୁ ନପାଇ ସବୁ ଆଡ଼େ ଖୋଜା ଖୋଜି କରିଥିଲେ ଝିଅ ଅଙ୍କିତାଙ୍କ କୌଣସି ସନ୍ଧାନ ନପାଇବାରୁ ବାପା ବିଶମ୍ବର ସୌରୀଆ ରାତ୍ର ୧୦ଘଣ୍ଟିକା ସମୟରେ ସ୍ଥାନୀୟ ଥାନା ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି କେସ୍‌ ନମ୍ବର ୧୭୬/୨୫ରେ ମାମଲା ରୁଜୁ କରି ଏସଆଇ ରଞ୍ଜନ ନାଗ ଏକ ଟିମ ନେଇ ରାତ୍ର ପେଟ୍ରୋଲଲିଙ୍ଗ କରି ଖୋଜା ଖୋଜି କରିଥିଲେ। ବିଜୟ ନଗର ଗାଁ ର ଜଣେ ବ୍ୟକ୍ତି ବିଲକୁ ଘାସ କାଟିବା ପାଇଁ ଯାଇଥିବା ବେଳେ ବିଜୟ ନଗର ଓ ସୁଳିପଦର ମଝିରେ ଥିବା ନାଳ ପାଖରେ ଜଣେ ୩ ବର୍ଷର ବାଳିକା ବସିଥିବା ଦେଖିଥିଲେ । ଏହି ବାଳିକାକୁ ଚିହ୍ଟନ କରି ସେ ତାଙ୍କ ଅଜା ଘରେ ଛାଡିଥିଲେ। ଏହି ଖବର ପରିବାର ଲୋକେ ପାଇ ପୁଲିସକୁ ଜଣାଇଥିଲେ। ପଉଲିସ ଉକ୍ତ ୩ ବର୍ଷର ବାଳିକାକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ତଦନ୍ତକାରୀ ଅଧକାରୀ ସୂଚନା ଦେଇଛନ୍ତି।

Comments are closed.