ମେଟାଲ ବୋଝେଇ ଟିପର ଓଲଟି ଦୁଇ ଆହତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଖଜୁରୀଗୁଡା ଓ ପରଡିଗୁଡା ମଝିରେ ଥିବା ଚିକିଟା ନାଳ ପାଖରେ ଭାରସାମ୍ୟ ହରାଇ ମେଟାଲ ବୋଝେଇ ଟିପର ଓଲଟି ଦୁଇ ଜଣ ଆହତ ହୋଇଛନ୍ତି। ଆଜି ସକାଳୁ ରାୟଗଡା ଠାରୁ ଏକ ଟିପର ନମ୍ବର ଓଡ଼ି୧୮ ସି ୮୧୭୭ରେ ମେଟାଲ ବୋଝେଇ କରି ପାର୍ଶାଲି ପଞ୍ଚାୟତକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡି ଚାଳକ ଓ ହେଲପରଙ୍କୁ ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ଖବର ପାଇ ଗାଡି ମାଲିକ ବା ଠିକାଦାର ପହଞ୍ଚି ଆହତଙ୍କୁ ନେଇ ଚିକିତ୍ସା କରିଥିଲେ।

Comments are closed.