କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଗୁରୁବାର କାଠମାଣ୍ଡୁରେ ପହଞ୍ଚିଛି। ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ପୁତୁରା ଗୌରୀ ଶଙ୍କର ଦାଶ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ୨୨ ମେ’ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଏଭରେଷ୍ଟରୁ ପାଦ ଦେଶକୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଢେଙ୍କାନାଳର କାଞ୍ଚନ ବଜାରର କୁମ୍ଭାର ସାହିରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ପେଷାରେ ଜଣେ ଓକିଲ ମଧ୍ୟ ଥିଲେ। ୨୦୦୮ ମେ ୨୧ରେ ସେ ଏଭରେଷ୍ଟ ଆରୋହଣ କରିବାରେ ସଫଳ ହୋଇଥିଲେ ।

Comments are closed.