ଆଜି ଓଡିଶାରେ ପହଞ୍ଚିବ କଳ୍ପନାଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର : ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ଆଜି (ଶନିବାର) ଓଡିଶା ଆସିବ । ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିବ ବୋଲି ସୂଚନା ମିଳିଛି । ଏହା ପରେ ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମରେ ରାତି ୧୦ଟା ଯାଏଁ ମରଶରୀରକୁ ରଖାଯିବ । ଏନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସୂଚନାଯୋଗ୍ୟ, ଢେଙ୍କାନାଳର କାଞ୍ଚନ ବଜାରର କୁମ୍ଭାର ସାହିରେ ଜନ୍ମିତ ୫୩ ବର୍ଷୀୟା କଳ୍ପନା ଦାଶ ଗତ ୨୨ ତାରିଖରେ ଏଭରେଷ୍ଟରୁ ଓହ୍ଲାଇବା ସମୟରେ ଅସୁସ୍ଥ ହୋଇପଡିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭରେଷ୍ଟରୁ ମୃତଦେହ ଉଦ୍ଧାର କରି ଓଡିଶା ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଥିଲେ। ଏକ ୩ ଜଣିଆ ଟିମ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟରୁ ଉଦ୍ଧାର କରିବା ପରେ ଗତ ଶୁକ୍ରବାର ନେପାଳ କାଠମାଣ୍ଡୁରେ ପହଞ୍ଚିଥିଲା। ସେଠାରୁ କଳ୍ପନାଙ୍କ ମରଶରୀର ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇଥିଲା। ଶନିବାର ସରକାରୀ ବିଧି ପରେ କାଠମାଣ୍ଡୁରୁ ମରଶରୀର ଓଡିଶା ଅଣାଯିବ ।

Comments are closed.