ପାଟଣାର ବିଭିନ୍ନ କାଳୀ ପୀଠରେ କାଳୀପୂଜା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ସ୍ଥିତ ମା’ ସିଦ୍ଧ କାଳୀ ପୀଠରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜା ସମିତି ପକ୍ଷରୁ ବୈତରଣୀରୁ କଳସ ଯାତ୍ରା ଅଣାଯାଇ ଘଟ ସ୍ଥାପନ କରାଯାଇ ଅଜୟ ମିଶ୍ରଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ଭାବେ ତ୍ରିଲୋଚନ ସାହୁ ଓ ତାଙ୍କ ପତ୍ନୀ ଗୀତାରାଣୀ ସାହୁ ପୂଜାରେ ବସିଥିଲେ। ଆକର୍ଷଣୀୟ ତ୍ବରଣ ଓ ଆଲୋକମାଳାରେ ମନ୍ଦିର ବେଢ଼ା ସାଜସଜ୍ଜା କରାଯାଇଥିଲା। ଭଦ୍ରକରୁ ଆସିଥିବା ପାଲା ଗାୟିକା ସସ୍ମିତା ପାତ୍ର ଓ ତାଙ୍କ ସାଥୀମାନଙ୍କ ଦ୍ଵାରା ଦୁଇ ଦିନିଆ ପାଲା ପରିବେଷଣ କାର୍ଯ୍ୟ ଆରମ୍ଭ ହୋଇଛି। ସମିତି ସଦସ୍ୟ ବୈରାଗୀ ଚରଣ ସାହୁ, ଅଶ୍ଵିନୀ କୁମାର ସାହୁ, ସଦାନନ୍ଦ ସାହୁ, ନୀଳମଣି ସାହୁ, ଭଗବାନ ସାହୁ, ମଧୁସୂଦନ ସାହୁ, ମିତ୍ରଭାନୁ ସାହୁ ଓ ମକରଧ୍ବଜ ସାହୁ ପ୍ରମୁଖ ପୂଜା ଓ ପାଲା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳର ଏବେ ମା କାଳିଙ୍କ ପୂଜା ପାଇଁ ଚଳ ଚଞ୍ଚଳ ହୋଇ ପଡିଛି। ତୁରୁମୁଙ୍ଗା ବଣିକ ସଙ୍ଘ ପକ୍ଷରୁ ଆୟୋଜନ କରାଯାଇ ଥିବା କାଳି ପୂଜା ପାଇଁ ବୈତରଣୀ ନଦୀରୁ ପୂଜା ଅର୍ଚ୍ଚନା ପରେ କଳସ ଆଣି ଗୁରୁବାର ମଧ୍ୟ ରାତ୍ରି ରୁ ପୂଜାର୍ଚ୍ଚନା ଯଥାବିଧି ଚାଲୁ ରହିଛି। ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବେଶ ଜମିବା ସହ ମୀନାବଜାର ବୁଲି ଲୋକେ ବେଶ ଆନନ୍ଦିତ ହେଉଛନ୍ତି। ପୂଜକ ଦିବ୍ୟରଞ୍ଜନ ମିଶ୍ର ରଜନୀକାନ୍ତ ମିଶ୍ର ଓ ଧରମାନନ୍ଦ ମିଶ୍ର ମାଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ ସୀତାକାନ୍ତ ବେହେରା ସଂକଳ୍ପ କାର୍ଯ୍ୟ ତୁଲାଇଛନ୍ତି। ତୁରୁମୁଙ୍ଗା ବଣିକ ସଙ୍ଘ ପକ୍ଷରୁ ସଭାପତି ତାପସ କୁମାର ସାହୁ କୋଷାଧକ୍ଷ ବିନୁଆ ଝାଲିଆ ସମେତ ବଣିକ ସଙ୍ଘର ସଦସ୍ୟ ସୁବଳ ସାହୁ, ଟୁକୁନୁ ଦେହୁରୀ, ଆର୍ତ୍ତତ୍ରାଣ ମିଶ୍ର, ସନ୍ତୋଷ ବାରିକ, ରଞ୍ଜନ ସେଠୀ କ୍ଷେତ୍ର ମୋହନ ସାହୁ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରି ପୂଜା କାର୍ଯ୍ୟ ତୁଲାଉଛନ୍ତି। ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମେଲୋଡି ଦର୍ଶକଙ୍କ ମନ ଜିଣୁଛି।

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ରେ ବଣିକ ସଙ୍ଘ ପକ୍ଷରୁ ଗୁରୁବାର ରାତ୍ରି ଶ୍ୟାମା କାଳୀ ପୂଜା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଛି। ପାଟଣା ବଣିକ ସଙ୍ଘ ତରଫରୁ ଆୟୋଜିତ କାଳୀ ପୂଜାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁଦୃଶ୍ୟ ମେଢ଼ ଭକ୍ତଙ୍କୁ ଆକର୍ଷିତ କରୁଛି।ପୂଜା ରେ କର୍ତ୍ତା ଭାବେ ଅଜୟ କୁମାର ଭଞ୍ଜ ପୂଜା ନୀତି ସମ୍ପନ୍ନ କରିଥିବା ବେଳେ ପୂଜକ ଭାବେ ରବୀନ୍ଦ୍ର ପାଣି ଓ ସମୀର କୁମାର ଆଚାର୍ଯ୍ୟ ଦେଵନୀତି ସମ୍ପନ୍ନ କରିଥିଲେ। ସମସ୍ତ ନୀତିକାନ୍ତି ବଣିକ ସଙ୍ଘ ସଭାପତି ବୁଲୁ ଭଞ୍ଜ ଓ ସମ୍ପାଦକ ଅଜୟ କୁମାର ଭଞ୍ଜ, ସଦସ୍ୟ ଅଜୟ କୁମାର ଦାଶ, ଅବିନାଶ ଦାଶ, ବାଇଧର ସାହୁ, ଅଜୟ କୁମାର ବେହେରା, ଦାସରଥି ଦାଶ, ବିଟୁ ରାମ ଓ କେଦାର ନାଥ ସାହୁ ପ୍ରମୁଖଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହେଉଛି।

ଢେଙ୍କିକୋଟ କାଳୀପୂଜା କମିଟି ପକ୍ଷରୁ ଗତ ମଧ୍ୟ ରାତ୍ରି ରୁ ମା ଶ୍ୟାମା କାଳୀ ଙ୍କ ପୁଜା ବିଧି ମତେ ଅନୁଷ୍ଠିତ ହୋଇ ଯାଇଛି। ହୋମାଦି ଯଜ୍ଞ, ଚଣ୍ଡୀପାଠ ଆଦୀ ବିଧି ମତେ ନୀତି ନିଷ୍ଟା ର ସହ ସମ୍ପନ୍ନ ହୋଇଛିl ପୂଜକ ନିରଞ୍ଜନ ଶତପଥୀ, ମନୋରଞ୍ଜନ ଶତପଥୀ, ହେମନ୍ତ କର ଙ୍କ ଦ୍ବାରା ମା କାଳୀ ଙ୍କ ପୂଜା କାର୍ଯ ସମ୍ପନ୍ନ ହୋଇ ଯାଇଛି। ଆକର୍ଷଣୀୟ ମଣ୍ଡପ, ତୋରଣ, ସାଜସଜ୍ଜା ମଧ୍ୟରେ କାଳୀପୂଜା ରେ ଶ୍ରଦ୍ଧାଳୁ ମାନେ କରୋନା କଟକଣା ମାନି ଦର୍ଶନ କରୁଛନ୍ତି। କମିଟି ର ସଭାପତି ଜଗବନ୍ଧୁ ନାଏକ, ସମ୍ପାଦକ ବିଜୟ ମଣ୍ଡଳ, ସାର୍ତୁକ ଗିରି, ନିରଞ୍ଜନ ଗିରି, ବିଜ୍ଞାନ ଓଝା, ଦେବାନନ୍ଦ ମଣ୍ଡଳ, ସୁଶାନ୍ତ ମଣ୍ଡଳ, ରଞ୍ଜିତ ମଣ୍ଡଳ, ପଦ୍ମନାଭ ମଲ୍ଲିକ, ଲିପୁନ୍ ମଣ୍ଡଳ, କୁନିଆ ମଣ୍ଡଳ ଏବଂ ଅନ୍ୟ ସଦସ୍ୟ ମାନେ ପୁଜା ଏବଂ ଅନନ୍ୟ କାର୍ଯ ପରିଚାଳନା କରୁଛନ୍ତି।

Comments are closed.