ଡାଳିଯୋଡ଼ା ସାହିତ୍ୟ ସଂସଦର କବିତାପାଠୋତ୍ସବ ଓ ଆଲୋଚନାଚକ୍ର

ଚୌଦ୍ୱାର : ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଡାଳିଯୋଡ଼ା ସାହିତ୍ୟ ସଂସଦର ବାର୍ଷିକୋତ୍ସବ, କବିତାପାଠ ଓ ଆଲୋଚନା ଚକ୍ର ସ୍ଥାନୀୟ କଳିଙ୍ଗ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇ ଯାଇଛି । ସଂସଦ ସଭାପତି କେ.ସି. ପ୍ରତାପସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଭାଗବତ ରାଉତ ଏବଂ ଗୌତମ ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟ ଓ କବିତାର ଇତିବୃତି ସମ୍ପର୍କରେ ଆଲୋଚନା କରି ବିଦ୍ୟାଳୟରେ ନୂତନ ସାହିତ୍ୟ ଓ କବିତା ସୃଷ୍ଟି ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଗଲେ ଭାଷା ସାହିତ୍ୟର ଦୃଢ଼ ଭବିଷ୍ୟତ ତିଆରି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। କବି ପ୍ରଫୁଲ୍ଲ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ବୈଦ୍ୟନାଥ ଖିଲାର, ରବିନ୍ଦ୍ର କୁମାର ସାହୁ, ଶୁଭଶ୍ରୀ ରାଉତ, ନିର୍ମଳା ପରିଡ଼ା, ପ୍ରିୟଙ୍କା ଦାସ, ଇଶ୍ୱର ଚନ୍ଦ୍ର ଜେନା, ବାଣୀଶ୍ରୀ ମହାନ୍ତି, ଶ୍ରୀନିବାସ ବେହେରା, ନିରଞ୍ଜନ ବେହେରା, ସଂଜୟ ବଳିୟାରସିଂ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ସମ୍ପାଦକ ଶ୍ରୀନିବାସ ବେହେରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ପ୍ରତିଷ୍ଠାତା ସମ୍ପାଦକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାପୀଠର ଶିକ୍ଷକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.