କାଳିଆ ହିତାଧିକାରୀ ପରିବାର ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର: ମନ୍ତ୍ରିପରିଷଦ ଗଠନ ପରେ ରାଜ୍ୟ ପ୍ରଥମ କ୍ୟାବିନେଟ ବୈଠକରେ କାଳିଆ ଯୋଜନାରେ ସାମିଲ ଥିବା ୪୫ ଲକ୍ଷ ଚାଷୀ ପରିବାର ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ଚିହ୍ନଟ କରାଯାଇଥିବା ୪୨.୬୫ ଲକ୍ଷ କୃଷି ପରିବାରଙ୍କୁ କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଛି। ସେଥିରେ ୩୩.୨୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗ ଚାଷୀ ଏବଂ ୯.୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର ରହିଛି। ନିଷ୍ପତି ଅନୁଯାୟୀ ବୃଦ୍ଧି କରାଯାଇଥିବା ୩୨.୩୪ ଲକ୍ଷ କୃଷି ପରିବାର ମଧ୍ୟରୁ ୧୬.୭୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୫.୬ ଲକ୍ଷ ଭୂମିହୀନ କୃଷି ଶ୍ରମିକ ରହିଛନ୍ତି।

ଏହି ପରିବାରଗୁଡିକ କାଳିଆ ଯୋଜନାରେ ଚଳିତ ବର୍ଷ ସହାୟତା ପାଇବେ। ଏଥି ସହ ପୂର୍ବରୁ ସହାୟତା ପାଇଥିବା ୪୨.୬୫ ଲକ୍ଷ କୃଷି ପରିବାରଙ୍କୁ ମଧ୍ୟ ଚଳିତ ବର୍ଷ ସହାୟତା ଯୋଗାଇ ଦିଆଯିବ।

Comments are closed.