ପୁରୀ ଜିଲାର ୩୩ କୋଟି ଚାଷୀଙ୍କୁ ମିଳିବ ବକେୟା କାଳିଆ ସହାୟତା

ଭୁବନେଶ୍ୱର: ପୁରୀ ଜିଲାର ଚାଷୀମାନେ ୨୦୨୧-୨୨ ରବି ଋତୁ ପାଇଁ କାଳିଆ ଯୋଜନାରେ ବକେୟା ୨୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଜିଲାର ୧ଲକ୍ଷ ୬୫ ହଜାର ୧୩୧ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ବାବଦରେ ମୋଟ ୩୩ କୋଟି ଟଙ୍କା ଦିଆଯିବ। ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଡିବିଟି ମାଧ୍ୟମରେ ଜମା କରାଯିବ। ଗତ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୭ଲକ୍ଷ ୧୨ହଜାର ୯୪୧ ଚାଷୀଙ୍କୁ ୭୪୨.୫୮କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ। ପିପିଲିରେ ଉପ ନିର୍ବାଚନ ପାଇଁ ପୁରୀ ଜିଲାର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇ ପାରି ନ ଥିଲା।

Comments are closed.