କଳାଭୂମିର ବିକ୍ରୟ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର: ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଶିଳ୍ପୀଗ୍ରାମଠାରେ ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର ବିକ୍ରୟ କେନ୍ଦ୍ର ରହିଛି। ସରକାରଙ୍କ ସମସ୍ତ ନିୟମକୁ ଧ୍ୟାନରେ ରଖି ସାମାଜିକ ଦୂରତ୍ୱ ସହ ଅନ୍ୟାନ୍ୟ ସୁରକ୍ଷା କଟକଣାକୁ ବଜାୟ ରଖି କଳାଭୂମିର ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଏଠାରେ ଓଡ଼ିଶାର ସୁନାମଧନ୍ୟ କାରିଗରଙ୍କର କାରିଗରୀ ଯଥା ହସ୍ତଶିଳ୍ପ ଓ ହସ୍ତତନ୍ତର ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ରହିଛି। କାରିଗରଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ପାଇଁ କଳାଭୂମି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହା ଦିବା ୧୦ ଘଟିକାଠାରୁ ଅପରାହ୍ଣ ୫.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.