କଳାପଥର ବଜାରରେ ମଦ ପିଇ ଯୁବକଙ୍କ ଆତଙ୍କରାଜ, ଥାନାରେ ଏତଲା

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ବଜାରରେ ଶନିବାର ଅପରାହ୍ନରେ ସ୍ଥାନୀୟ ପୁରୁଣାପାଣି ଗ୍ରାମର ୩ ଜଣ ମଦ୍ୟପ ଯୁବକଙ୍କ ଆତଙ୍କରାଜ ଚଳାଇବା ସହ ଲୋକ ମାନଙ୍କୁ ଭୟଭିତ କରିବା, ମାଡମାରି ଆହତ କରିବାକୁ ନେଇ ବୈଦ୍ୟେଶ୍ୱର ଥାନାରେ ଏତଲା ଦିଆଯାଇଛି। ଅନ୍ୟ ପକ୍ଷରେ ଆତଙ୍କ ଚଳାଇ କିଛି ଲୋକଙ୍କୁ ଭୟଭିତ କରିବା ୩ ଜଣ ଖବର ନେବାରୁ ଜଣାପଡିଛି  ଯେ, ପୁରୁଣାପାଣି ଗ୍ରାମର ୩ ଜଣ ଯୁବକ  ଅତ୍ୟଧିକ ମଦ୍ୟପାନ କରି ଏକ ଟିଭିଏସ ଏକ୍ସଏଲ ଗାଡିରେ ବଜାର ଉପରେ ଥିବା ପରିବା ଦୋକାନୀ ପିଣ୍ଟୁ ସାହୁଙ୍କୁ କାହିଁ ଦୋକାନ ଖୋଲିଛୁ ବୋଲି କହି ଗାଳି ମନ୍ଦ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହେବାରୁ ଅନ୍ୟ କେତେକ ଦୋକନୀ ଛଡାଇବାକୁ ଆସିଲେ। ପୁରୁଣାପାଣିର ଯୁବକ ଜଣଙ୍କ ପରିବା ଦୋକନୀ ଠାରୁ ଏକ ଛୁରୀ ଛଡାଇ ନେଇ ତାକୁ ମାରିବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିବା ସହ ୩ ଜଣ ମଦ୍ୟପଙ୍କୁ ନିସ୍ତୁକ ମାଡ ମାରିଥିବା ଜଣାଯାଇଛି। ଘଟଣାକୁନେଇ ଦୋକାନୀ ପିଣ୍ଟୁ ସାହୁ ଓ ପୁରୁଣାପାଣିର ସନ୍ତୋଷ ନାଏକ ପୃଥକ ଭାବରେ ଦୁଇଟି ଏତଲା ଦେଇଛନ୍ତି। ଗିରଫ ଭୟରେ ପୁରୁଣାପାଣିର ଏହି ୩ ଜଣ ଯୁବକ ଫେରାର ଅଛନ୍ତି।

Comments are closed.