ପ୍ରବଚକଙ୍କ ପରଲୋକ

କଳାପଥର: ସ୍ଥାନୀୟ ଅଂଚଳରେ ଜଣାଶୁଣା ପ୍ରବଚକ ଭାବେ ପରିଚିତ କଟକା ଜିଲ୍ଲା ବାଙ୍କୀ ବ୍ଲକ ପୁଇଁଚା ପଂଚାୟତ ଅନ୍ତର୍ଗତ ପଣ୍ଡାଳମ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୌର ଚରଣ ଦାଶ( ୭୩)ଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନଧରି କିଡନୀ ଜନିତ ରୋଗରେ ପିଡୀତ ହୋଇ ନିଜ ବାସ ଭବନରେ ଚିକିତ୍ସିତ ହୋଇ ଆସୁଥିଲେ। ସ୍ୱର୍ଗତ ଦାଶ ଚାକିରୀରୁ ଅବସର ନେଲା ପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସାମାଜିକ କାର୍ଯ୍ୟ, କବିତା ଲେଖିବା ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରି ପ୍ରବଚନ ଦେଉଥିଲେ। ନାମ ସଂକୀର୍ତନ କରି ମରଶରୀର ଗ୍ରାମ୍ୟ ଶ୍ମଶାନରେ ବଡପୁଅ ଲିଙ୍ଗରାଜ ଓ ସାନପୁଅ ରବୀନ୍ଦ୍ର ନାଥ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ଶିକ୍ଷାବିତ୍‍ ଲୋକନାଥ ପଣ୍ଡା, ଯୋଗୀନାଥ ପାଣିଗ୍ରାହୀ, ଗଣେଶ୍ୱର ପଣ୍ଡା, ଶିକ୍ଷକ ଚିନ୍ମୟ କୁମାର ପଣ୍ଡା, କବି ଗଙ୍ଗାଧର ଓଝା, ରମେଶ ମହାପାତ୍ର, ନରୋତମ ବେହେରା, ପାଲା ଗାୟକ ମିହିର ଆଚାର୍ଯ୍ୟ ଓ ସମାଜସେବୀ ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତାମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Comments are closed.