ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡିଲା ପୁରୁଷ ବନ୍ଧ୍ୟାକରଣ ସଚେତନ ରଥ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶୁଭାରମ୍ଭ ହେଇଛି ପୁରୁଷ ବନ୍ଧ୍ୟା କରଣ ସଚେତନ ରଥ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଏହି ସଚେତନ ରଥର ଶୁଭାରମ୍ଭ କରିଛନ୍ତି। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଚେତନ ରଥ ଶୁଭାରମ୍ଭ ଉତ୍ସବରେ ଡାକ୍ତର ଶିବାଶିଷ ସ୍ୱାଇଁ, ଡାକ୍ତର ସମ୍ବିତ କୁମାର ମହାନ୍ତି, ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଅମିୟ କୁମାର ଜଗଦଲା, ଡାକ୍ତର ଜ୍ୟୋତି କ୍ରିଷ୍ଣା ମାଝୀ ପ୍ରମୁଖଙ୍କ ସମେତ ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ଏହି ରଥ କଲମପୁର ବ୍ଲକର ୧୧ ଗୋଟି ପଂଚାୟତର ୫୫ ଖଣ୍ଡ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ। ଏଥିରେ ମହିଳାଙ୍କ ବନ୍ଧ୍ୟାକରଣ ହେଲେ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ତେଣୁ ମହିଳା ଅପେକ୍ଷା ପୁରୁଷ ବନ୍ଧ୍ୟାକରଣ ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ସୁରକ୍ଷିତ ରହିବ। ଏହି ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଆସନ୍ତା ୨୧ନଭେମ୍ବରରୁ ୪ ଡିସେମ୍ବର ପର୍ଯ୍ୟନ୍ତ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଏହି ସଚେତନ ରଥ ପରିକ୍ରମା କରିବ।

Comments are closed.