କନିଷ୍ଠ ଶିକ୍ଷକ ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କଲମପୁର: କଲମପୁର ବ୍ଲକରେ କାର୍ଯ୍ୟରତ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବି.ଡି.ଓଙ୍କ ମାଧ୍ୟମରେ ଦୁଇ ଦଫା ଦାବୀ ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରଦାନ କରାଯାଇଛି। ଓଡିଶାର ‘ମୋ ସରକାର’ ନିକଟରେ ଚୁକ୍ତି ଭିତିକ କର୍ମଚାରୀଙ୍କୁ ଇନିସିଆଲ ଆପେନଟିସ୍‍ ଭାବେ ନାମିତ କରି ଦରମା ବୃଦ୍ଧି କଲେ କିନ୍ତୁ ଚୁକ୍ତି ଭିତିକ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଏଥିରୁ ବଂଚିତ କରିଛନ୍ତି। ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀ ଅନୁସାରେ ଓଡିଶା ବର୍ଗ ଇ ଚୁକ୍ତିନାମା ନିୟମ ୨୦୧୩ ଅଧିନସ୍ଥ କର୍ମଚାରୀଙ୍କ ପାଇଁ ଗତ ୧୧.୧୦.୨୦୨୧କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ର ସମସ୍ତ ସୁବିଧା ସୁଯୋଗ ଓଡିଶାର ଚୁକ୍ତିଭିତିକ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହ ଚୁକ୍ତିନାମା ନିୟମ ୨୦୧୩ରେ ସାମିଲ କିରିବା ପାଇଁ ଦାବି କରିଛନ୍ତି।

ବର୍ତମାନ ଏହି ବର୍ଗର ଶିକ୍ଷକ ମାନେ ଦୈନିକ୨୧୭ ଟଙ୍କା ହିସାବରେ ମାସିକ ୬୫୧୨ଟଙ୍କା ପ୍ରଦାନ କରାଯାଉଛି। ବର୍ତମାନ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ମାସିକ ଏହି ଟଙ୍କାରେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହେଉଛି। ସେହିଭଳି କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ ପ୍ରାପ୍ତ ହେଇଥିବାରୁ ଅତିକୁଶଳୀ ତେଣୁ ସେମାନଙ୍କ ଦରମା ମାସିକ ୧୬ ହଜାର କରାଯିବା ପାଇଁ ଦାବି କରିଛନ୍ତି।

ଶନିବାର ଏକ ଶୋଭାଯାତ୍ରାରେ ଅଜୟ କୁମାର ପଲେଇ, ତ୍ରିଲୋଚନ ଧଳ, ଦେବଦତ ନାଗ, ସୁନନ୍ଦା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନେତୃତ୍ୱରେ କନିଷ୍ଠ ଶିକ୍ଷକ ମାନେ ପ୍ରଥମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ଶିକ୍ଷା ଅଧକାରୀ ହରିଶଙ୍କର ବାଗଙ୍କୁ ସାକ୍ଷାତ କରିବାସହ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ସମସ୍ତ କନିଷ୍ଠ ଶିକ୍ଷକ ବ୍ଲକ କାର୍ଯ୍ୟାଳୟକୁ ଯାଇ ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କୁ ସାକ୍ଷାତ କରିବା ସହ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Comments are closed.