ପାରମ୍ପରିକ ଆଦିବାସୀ ପର୍ବ ‘ଟୋକିମରା’ ପାଳିତ, ୧୦ହଜାର ଲୋକଙ୍କ ସମାଗମ

କଲମପୁର : କରୋନା କଟକଣା ସତ୍ୱେ କଲମପୁର ବ୍ଲକ ବାବୁକେନ୍ଦୁଗୁଡା ଠାରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମରେ ମହାସମାରୋହର ସହିତ ପାଳିତ ହେଲା ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ା ଏହି ପର୍ବ ପାଇଁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକ ଘର ବାହୁଡା ହେଇଛନ୍ତି। ସପ୍ତାହ ବ୍ୟାପୀ ଆଦିବାସୀ ବସତି ଗୁଡିକ ଉତ୍ସବ ମୁଖର। କନ୍ଧ ସମ୍ପ୍ରଦାୟର ଲୋକ ପ୍ରକୃତିର ପୂଜକ। ଦେବୀ ଧରଣୀ ସନ୍ତୁଷ୍ଟ ହେଲେ ଭଳ ଫଳ ମିଳିଥାଏ। ତେଣୁ ଦେବୀ ଧରଣୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପରମ୍ପରା ଅନୁସାରେ ପାଳିତ ହେଇ ଆସୁଛି। ଏହି ପର୍ବ ଏକ କୃଷି ଭିତିକ ପର୍ବ। ଦେବୀ ଧରଣୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ବଳି ଦେବା ଦରକାର। ଏଭଳି ଏକ ଲୋକ ବିଶ୍ୱାସକୁ ନେଇ ପାଳିତ ହେଇ ଆସୁଛି।

ଲୋକ ଶୃତି ଅନୁସାରେ ପୂର୍ବରୁ ଏକ ଟୋକି (କିଶୋରୀ ବାଳିକା)କୁ ବଳି ଦିଆଯାଉଥିଲା। କାଳକ୍ରମେ ଏବେ ଏକ ମେଣ୍ଢା ବା ଗଡରାକୁ ବଳି ଦିଆଯାଉଛି। ଏହି ବଳି ଦିଆଯାଉଥିବା ମାଂସ ନେଇ ନିଜ ନିଜ ଦେବୀ ପୀଠରେ ପୋତିଲେ ଦେବୀ ସନ୍ତୁଷ୍ଟ ହେଉଥିବା ବିଶ୍ୱାସ ରହିଛି। ତେଣୁ ଏହି ମାଂସ ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। ରବିବାର ବାବୁକେନ୍ଦୁଗୁଡା ଠାରେ ପାଳିତ ହେଇଥିବା ପର୍ବରେ ଅଳ୍ପ କିଛି ଗଣ୍ଡଗୋଳ ହେଇଥିଲା। ଯାହା ପରବର୍ତି ସମୟରେ ନିଜ ନିଜ ମଧ୍ୟରେ ସମାଧାନ ହେଇଯାଇଥିଲା। ଆସନ୍ତା କାଲି ପାଳିତ ହେବ ଭାଇ·ରାର ପର୍ବ ‘ଧାଙ୍ଗରୀଦୋଲା’।

Comments are closed.