ଗରମପାଣି ପଡ଼ି ଶିଶୁ ଗୁରୁତର

କଲମପୁର: ସାନକୁଟୃ ଗ୍ରାମ ଠାରେ ପରିବାରର ଅସାବଧାନତା ଯୋଗୁଁ ଗୋଟିଏ ଶିଶୁର ଜୀବନ ବିପନ୍ନ ହେଇ ପଡ଼ିଛି। ଶିଶୁ ଉପରେ ଗରମ ପାଣି ପଡ଼ିଯିବାରୁ ଶିଶୁଟି ଗୁରୁତର ହେଇଛନ୍ତି। ତାକୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସୁଚନା ଅନୁସାରେ ସାନକୁଟୃ ଗ୍ରାମର ଗୋପାଳ ନାଏକ ନାମକ ବ୍ୟକ୍ତିଙ୍କ ଏକ ବର୍ଷର ଶିଶୁ ପୂତ୍ର ନିଖିଲ ଘର ଭିତରେ ଥିଲା। ଏହି ସମୟରେ ଗୋପାଳର ମାଁ ତଥା ଶିଶୁଟିର ଜେଜେମା ଚୁଲିରେ ବସିଥିବା ଭାତ ପାଣିରେ ଚାଉଳ ପକାଉଥିଲେ। ଶିଶୁ ଟି ବୃଦ୍ଧା ଜେଜେମାର ଅଜାଣତରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଚୁଲିରେ ବସି ପାଣି ଫୁଟୁଥିବା ଡେକଚିକୁ ଟାଣି ଦେଇଥିଲା। ଯାହାରି ଫଳରେ ଫୁଟା ପାଣି ସବୁ ଶିଶୁ ଉପରେ ଅଜାଡି ହେଇ ପଡ଼ିଥିଲା। ଫଳରେ ଶିଶୁର ମୁହଁ ଏବଂ ପେଟ ରେ ଗରମ ପାଣି ପଡ଼ି ଫୋଟକା ହେଇଯିବା ସହ ଗୁରୁତର ହେଇ ପଡ଼ିଥିଲା। ତାକୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି।

Comments are closed.