ଥୁଆମୂଳ ରାମପୁର ବ୍ଲକରେ ବିଦ୍ୟୁତ ବିଭ୍ରାଟ

କଲମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ସୁଧୁରୁନି ବିଜୁଳି ସମସ୍ୟା। ବାରମ୍ବାର ବିଦ୍ୟୁତ ସେବା ବାଧାପ୍ରାପ୍ତ ଫଳରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ। ବିନା ସୂଚନାରେ ଦିନଦିନ ଧରି ବିଦ୍ୟୁତ କାଟ୍ ଅସହ୍ୟ କରୁଥିବା ଅଭିଯୋଗ ଆଣି ମଙ୍ଗଳବାର ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ଅଧିନ ପୋଇଗୁଡା, ଦେରଗୁଡା, ଟିକ୍ରାଗୁଡା, ବଡବଣ୍ଡେଲ, ପିଣ୍ଡାପଦର, ମେଲକୁନ୍ଦେଲ ଏବଂ ଘୁଟିଗୁଡା ଗ୍ରାମର ଶତାଧିକ ଲୋକ ଥୁଆମୂଳ ରାମପୁର ବିଦ୍ୟୁତ ସବଷ୍ଟେସନ ଠାରେ ଧାରଣା ଦେଇଥିଲେ।ଏହି ଅଞ୍ଚଳକୁ ଥୁଆମୂଳ ରାମପୁର ବିଦ୍ୟୁତ ସବ୍ ଷ୍ଟେସନ ଠାରୁ ସ୍ବତନ୍ତ୍ର ଭାବେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବା ନେଇ ଦାବି ଉପସ୍ଥାପନ କରିଛନ୍ତି ଏସବୁ ଗ୍ରାମବାସୀ। ବିଦ୍ୟୁତ ବିଭାଗ ତୁରନ୍ତ ଏହାର ସମାଧାନ ନକଲେ ସବ୍ ଷ୍ଟେସନରୁ କୌଣସି ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇବା ଉପରେ ତୀବ୍ର ବିରୋଧ କରାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.