ଥୁଆମୂଳ ରାମପୁର ବ୍ଲକରେ ବନ୍ୟା ବିତ୍ପାତ

କଲମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଗତ କିଛିଦିନ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ୩୬୮ ମିଲିମିଟରର ବର୍ଷା ରେକର୍ଡ କରାଯାଇଛି।ଯାହା ବିଗତ ୪ ବର୍ଷର ରେକର୍ଡକୁ ଭଙ୍ଗ କରିଛି। ଏହି ବର୍ଷାରେ ଅନେକ ଗରିବ ନିରୀହ ଲୋକଙ୍କ ବାସଗୃହ ଭାଙ୍ଗିଥିବା ବେଳେ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗମନାଗମନ ବିଚ୍ଛିନ୍ନ କରିଥିବା ସୂଚନା ମଧ୍ୟ ଆସୁଛି। ବ୍ଲକର କାଣିଗୁମା ଗ୍ରାମ ପଞ୍ଚାୟତ ଅଧିନ ଅମଠାଗୁଡା ଗାଁର ରବିଚନ୍ଦ୍ର ସାହୁ, ସୁଦର୍ଶନ ନାଏକ, ରାମେଶ୍ୱର ନାଏକ, କାଣିଗୁମା ଗ୍ରାମର ଅଜିତ ସୁନାନୀ, ରବିଚନ୍ଦ୍ର ବେହେରୁକ, ସୁବର୍ଣ୍ଣି ପ୍ରଧାନୀ, ଲକ୍ଷ୍ମୀ ଗଉଡ, ନେହେଲା ଗାଁର ଜୟ ଶଙ୍କର ମାଝୀ, ଗାହି ପରାଭୋଇ, ଟେଭାମହୁଲ ଗାଁର ଧନସିଂ ପରାଭୋଇ, କାଲିମତୀ ଗଉଡ, ଭିତରଗୁମା ଗାଁର ଦାନ ଦେଇ, ଧୁଳିଗୁଡା ଗାଁର, ଧାନସାଏ ମାଝୀ, ଧାନଫୁଲ୍ ମାଝୀ, ଗୋପୀ ମାଝୀ, ସୁରେଶ ମାଝୀ, ଯୋଗେନ୍ଦ୍ର ମାଝୀ, ପିତମାଣ୍ଡି ଗାଁର ଅର୍ଜୁନ ମାଝୀ, କଳାବତୀ ବେଓ୍ବା, ସତ୍ୟବତୀ ନାଏକ ଏବଂ ଜଟାଙ୍ଗପଡା ଗାଁର ଲଗିନ୍ ନାଗଙ୍କ ଘର ଭାଙ୍ଗି ଯାଇଥିବା ବେଳେ ମାଳିଗାଁ ଗ୍ରାମ ପଞ୍ଚାୟତର ସୁର୍ଯ୍ୟଗଡ କଣାସୁକୁଲି, ମାଳିଗାଁ, ଥୁଆମୂଳ ଗ୍ରାମ ପଞ୍ଚାୟତ ଏବଂ କିଆପଦର ଗ୍ରାମ ପଞ୍ଚାୟତର ଅନେକ ଗ୍ରାମରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।

Comments are closed.