ବିଶ୍ୱ ଆଦିବାସୀ ଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ସମ୍ବିଧାନ ପଢ଼ ଅଭିଯାନ ଆରମ୍ଭ

କଲମପୁର: ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସ। ଏହି ଦିବସ ପାଳନ ଅବସରରେ ଅଲ ଓଡ଼ିଶା ସିଡୁଲକାଷ୍ଟ ଫେଡେରେସନ କଲମପୁର ବ୍ଲକ ଶାଖା ତରଫରୁ ସମ୍ବିଧାନ ପଢ଼ ଅଭିଯାନ ଆରମ୍ଭ କରାଯାଇଛି। କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ଥିବା ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୂଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜଳନ କରାଯାଇଥିଲା। ଏହାପରେ କଲ୍ୟାଣ ମଣ୍ଡପକୁ ଏକ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ଆଦିବାସୀ ନାରୀ ନେତ୍ରୀ ତଥା ଦେପୁର ପଂଚାୟତ ସମିତି ସଭ୍ୟା ବୁଦ୍ଧ ଦେଈ ଭୋଇ, ସମାଜିକ କର୍ମୀ ତଥା ଆଦିବାସୀ ଯୁବ ନେତା ପ୍ରଶାନ୍ତ କୁମାର ମାଝୀ, ଶିକ୍ଷାବିତ୍‍ ଗୌରାଙ୍ଗ ଚରଣ ବାଗଙ୍କୁ ସିଡୁଲକାଷ୍ଟ ଫେଡେରେସନ ତରଫରୁ ଓଡିଆ ଭାରତୀୟ ସମ୍ବିଧାନ ପୂସ୍ତକ ପ୍ରଦାନ କରାଯାଇଥିଲା।

ଅଲ ଓଡ଼ିଶା ସିଡୁଲକାଷ୍ଟ ଫେଡେରେସନର ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଲ ଓଡ଼ିଶା ସିଡୁଲକାଷ୍ଟ ଫେଡେରେସନ କଲମପୁର ବ୍ଲକ ଶାଖା ଯୁବ ସଭାପତି ମାଧବ ସୁନାନୀ ସମ୍ବିଧାନର ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ ଲଇଚନ ବାଗ, ଗଣେଷ ରାମ ବାଗ, ସୁରେନ୍ଦ୍ର ସୁନାନୀ, ଶ୍ୟାମ ସୁନ୍ଦର ନାଗ, ମନୁ ନାଗ ଭରତ ନାଗ ଲକ୍ଷ୍ମୀରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.