ବନ୍ୟା ପ୍ରଭାବିତ ବାଲିଛଡା ଅଂଚଳ ପରିଦର୍ଶନ କଲେ ପୂର୍ବତନ ମନ୍ତ୍ରୀ

କଲମପୁର: ଗତ ଶନିବାର ଠାରୁ ଲାଗି ରହିଥିବା ଲଗାଣ ବର୍ଷାର ପ୍ରଭାବରେ ରବିବାର ଦିନ ହାତୀନଦୀରେ ବନ୍ୟାର ପ୍ରଭାବ ଦେଖା ଦେଇଥିଲା। ନଦୀ କୂଳିଆ ଗାଁ ସବୁରେ ବନ୍ୟା ପାଣି ପଶି ଆସିଥିଲା। ବିରିପୁର ମାଟିଖାଲ ରାସ୍ତା ସମେତ ଇଛାପୁର ବାଲିଛଡା ଓ ଭେଲାଗାଁ ରାସ୍ତାରେ ପାଣି ପ୍ରବାହିତ ହେଇଥିଲା। କିଛି ଲୋକଙ୍କ ଘର ମଧ୍ୟ ଲଗାଣ ବର୍ଷାର ପ୍ରଭାବରୁ ଭାଙ୍ଗି ଯାଇଛି। ବନ୍ୟା ପରବର୍ତି ଅବସ୍ଥା ଦେଖିବା ଓ ବନ୍ୟାପ୍ରପିଡିତଙ୍କ ସହ ଆଲୋଚନା କରିବା ପାଇଁ ମଙ୍ଗଳବାର ଦିନ ପୂର୍ବତନ ଧର୍ମଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଦିନକିଆ କଲମପୁର ଗସ୍ଥରେ ଆସି ଥିଲେ।

ଶ୍ରୀ ସିଂହଦେଓ ବନ୍ୟା ପ୍ରଭାବିତ ବାଲିଛଡା, ବିରିପୁର ଓ ମାଟିଖାଲ ପରିଦର୍ଶନ କରିଥିଲେ। ଲୋକଙ୍କ ସମସ୍ୟା ସମ୍ବନ୍ଧରେ ପଚାରି ବୁଝିବା ପରେ ତୁରନ୍ତ ସ୍ଥାନୀୟ ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ସହ ଆଲୋଚନା କରି ତୁରନ୍ତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ମନ୍ତ୍ରୀଙ୍କ ଏହି ଗସ୍ଥ ସମୟରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବନ୍ଧକନାର ପୂର୍ବତନ ସରପଂଚ ତଥା ନାରୀ ନେତ୍ରୀ ମଧୁଛନ୍ଦା ଭଞ୍ଜ, ବ୍ଲକ ବି.ଜେ.ଡି ସଭାପତି ନବିନ କୁମାର ପଣ୍ଡା, କଲମପୁର କୃଷି ସମବାୟ ସମତିର ସଭାପତି ଶଙ୍କର୍ଶଣ ବେହେରା, ବିଧାୟକଙ୍କ ପ୍ରତିନିଧି ସଦାନନ୍ଦ ଚନ୍ଦନ, ବରିଷ୍ଠ ନେତା ଚନ୍ଦ୍ରମଣି ନିଆଲ, ସଂଖ୍ୟା ଲଘୁ ସେଲ ସଭାପତି ଅମିର ଅଲ୍ଲୀ, ଅନୁସୁଚିତ ଜାତି ସେଲ ସଭାପତି ଚେରୁ ନାଏକ ଓ ମିଲିନ ପାତ୍ର, ଅଭିନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତମାନ ଲଗାଣ ବର୍ଷା ଲାଗି ରହିଛି ଓ ହାତୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ତେଣୁ ପୁଣି ହାତୀ ନଦୀରେ ଅନ୍ୟ ଏକ ବନ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଯୋଗୁଁ ବାଲିଛଡାର ହରିହର ଲହଜଲ ଓ ଶରାବନୀ ଘିଙ୍କ ମାଟି କାନ୍ଥ ଘର ଭୁଷୁଡି ପଡ଼ିଥିବା ପୂର୍ବତନ ମନ୍ତ୍ରୀଙ୍କୁ ଦେଖାଇଥିଲେ। ତୁରନ୍ତ ଏହାର ପ୍ରତିକାର ପାଇଁ ବି.ଡି.ଓ ଶ୍ରୀ ପଟେଲଙ୍କୁ ପରାମର୍ଶ ଦେଇଥିଲେ।

Comments are closed.