ନିଶା କଫ୍ ସିରପ ବିକ୍ରି ସନ୍ଦେହରେ ଔଷଧ ଦୋକାନରେ ଚଢାଉ

କଲମପୁର/ଧର୍ମଗଡ: ଧର୍ମଗଡ ତିନି ଛକ ନିକଟରେ ଥିବା ଏକ ଔଷଧ ଦୋକାନରେ ନିଶା ମିଶ୍ରିତ କଫ୍ ସିରପ ବିକ୍ରୟ କରାଯାଉଥିବା ନେଇ କୌଣସି ଏକ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନାକୁ ଭିତ୍ତି କରି ଧର୍ମଗଡ ଥାନା ଅଧିକାରୀ ଡମୁ ପରଜାଙ୍କ ନେତୃତ୍ୱରେ ପୁଲିସ ଔଷଧ ଦୋକାନରେ ତଲାସି କରିଥିଲେ। ଏହି ତଲାସି ସମୟରେ ସନ୍ଦେହରେ ପ୍ରାୟ ୬୦ ବୋତଲ କଫ୍ ସିରପକୁ ଜବତ କରିଛନ୍ତି । କିନ୍ତୁ ଡ୍ରଗ ଇନିସପେକ୍ଟର ଅନୁପସ୍ଥିତ ଥିବାରୁ କଫ୍ ସିରପର ଯାଂଚ କରାଯାଇ ନାହିଁ ।

ସାଧାରଣତଃ କୋଡିନ ଫସଫେଟ ମିଶ୍ରିତ କଫ୍ ସିରପ ନିଶା ଶ୍ରେଣୀୟ କିନ୍ତୁ ଜବତ କରାଯାଇଥିବା କଫ୍ ସିରପରେ କୌଣସି ମାଦକ ଦ୍ରବ୍ୟ ଥିବା ନେଇ ଜଣାପଡି ନାହିଁ।  ଡ୍ରଗ ଇନିସପେକ୍ଟର ଆସିବା ପରେ ଜବତ କଫ୍ ସିରପ ସମ୍ବନ୍ଧରେ ସବିଶେଷ ତଥ୍ୟ ଜଣା ପଡିବ ବୋଲି ଧର୍ମଗଡ ଥାନା ଅଧିକାରୀ ଶ୍ରୀ ପରଜା ସୂଚନା ଦେଇଛନ୍ତି।

Comments are closed.