ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଅଧିନ ଗୁଞ୍ଜିଗୁଡା ଗ୍ରାମର ୪୦ ବର୍ଷିୟ ଦାନ ମାଝୀ ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

ସୂଚନା ମୁତାବକ ମଙ୍ଗଳବାର ଦିନ ଗ୍ରାମରେ ଥିବା ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ଯାଇଥିବାରୁ ବିଦ୍ୟୁତ ନଥିବା ବେଳେ ଯୁବକ ଜଣକ ଫ୍ୟୁଜ୍ ବାନ୍ଧିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ବିଦ୍ୟୁତ ସଂଯୋଗ ହେଇଥିଲା। ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଦାନ ମାଝୀ ଗୁରୁତର ହୋଇଥିଲେ। ବିଦ୍ୟୁତ ସେବା ପରିଚାଳନା ପାଇଁ ବିଭାଗୀୟ କର୍ମଚାରୀମାନେ ରହିଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ବିଭାଗକୁ ଅଭିଯୋଗ କିମ୍ବା ସୂଚନା ନଦେଇ ନିଜର ଧ୍ରୁଷ୍ଟତା ପ୍ରଦର୍ଶନ କରି ଏଭଳି ଦୁସାହସ ପଦକ୍ଷେପ ନେବା ବିପଦକୁ ଆମନ୍ତ୍ରଣ କରିବା ଭଳି।ଏଭଳି ଘଟଣାରେ ସତର୍କତା ଅବଲମ୍ବନ କଲେ ଜନ ଜୀବନ ବିପଦ ମୁକ୍ତ ହେବ।

Comments are closed.