ଉଦ୍ଧାର ୩ ନାଗସାପକୁ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

କଲମପୁର:ରାଜପୁର, କଣ୍ଡରୀପଦର ଓ ମାଟିଗାଁରୁ ଉଦ୍ଧାର ହେଇଥିବା ୩ ଗୋଟି ନାଗ ସାପକୁ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର କୁମାର ସାହୁ। ଗତକାଲି ବିଳମ୍ବିତ ରାତିରେ ରାଜପୁର ଗ୍ରାମର ବ୍ରହ୍ମା ଠେଲାଙ୍କ ଘର ଭିତରକୁ ଏକ ନାଗ ସାପ ପଶିଯାଇଥିଲା। ପରିବାର ଲୋକ ସାପଟିକୁ ଦେଖିବା ପରେ ଭୟଭିତ ହେଇ ପଡିଥିଲେ। ତୁରନ୍ତ ଦାସିଗାଁ ଠାରେ ଥିବା ସ୍ନେକହେଲ୍ପ ଲାଇନ ସଦସ୍ୟ ବିରନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ କଣ୍ଡରୀପଦର ମହୁଲପଡାର ବାଗଡି ମାଝୀଙ୍କ ଘରେ ଥିବା ପ୍ରାୟ ୬ ଫୁଟ ଲମ୍ବର ବିରାଟକାୟ ନାଗ ସାପ ଥିବାରୁ ପରିବାର ଲୋକ ଶ୍ରୀ ସାହୁଙ୍କ ସହାୟତା ନେଇଥିଲେ। ଏହି ନାଗ ସାପକୁ ମଧ୍ୟ ଉଦ୍ଧାର କରିଥିଲେ। ଶେଷରେ ମାଟିଗାଁ ରତ୍ନୀ ଧଙ୍ଗଡା ମାଝୀଙ୍କ ଘରେ ଅନ୍ୟ ଏକ ନାଗ ସାପ ଥିବାରୁ ପରିବାର ଲୋକ ଶ୍ରୀ ସାହୁଙ୍କ ସହାୟତା ନେଇଥିଲେ। ଶ୍ରୀ ସାହୁ ୩ ଗୋଟି ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଗତ ଦୁଇ ଦିନ ହେବ ବର୍ଷାର ପ୍ରଭାବ ବଢିଥିବାରୁ ନାଗ ସାପ ସବୁ ଗାତରୁ ବାହାରି ଖାଦ୍ୟ ପାଇଁ କିଛି ଘର ଭିତରକୁ ପାଶିଯାଉଛନ୍ତି। କିଛି ଲୋକ ସାପ ମାନଙ୍କୁ ମାରି ଦେଉଥିବା ବେଳେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର ସାହୁ କିନ୍ତୁ ଏସବୁ ସାପକୁ ଉଦ୍ଧାର କରି କଲମପୁର ନିକଟସ୍ଥ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଉଛନ୍ତି। ଗତକାଲି ଏବଂ ଆଜି ଉଦ୍ଧାର ହେଇଥିବା ୩ ଗୋଟି ନାଗ ସାପକୁ ସୁରକ୍ଷିତ ଭାବେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି।

Comments are closed.