ବ୍ୟବସାୟୀଙ୍କ ଘରୁ ସୁନା ରୂପା ଅଳଙ୍କାର ଚୋରି

କଲମପୁର : କଳାହାଣ୍ଡି କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା ଅଳଙ୍କାର ସମେତ ୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୧୫ ଲକ୍ଷ୍ୟ ଟଙ୍କା ରୁ ଅଧିକ ହେଇଥିବା ଆଲୋଚନା ହେଉଛି ।
ସୂଚନା ଯୋଗ୍ୟ ଯେ ପ୍ରଦୀପ ଘରର ଉପର ମହଲାରେ ରହୁଥିବା ବେଳେ ତାଙ୍କ ବଡ ଭାଇ ଭୋଜ ରାଜ ମିଶ୍ର ତଳ ଘରେ ରହନ୍ତି । ଗତ ୧୫ ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ପ୍ରଦୀପ ନିଜ ପରିବାର ସହ ବରଗଡ଼ରେ ରହିଛନ୍ତି । ତାଙ୍କର ଅନୁପସ୍ଥିତିରେ ତାଙ୍କ ତାଲା ଖୋଲି ଗ୍ରୀଲ କାଢି ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି । ବୁଧବାର ସକାଳେ କଲମପୁର ପୁଲିସ ଫାଣ୍ଡିରେ ଘର ଚୋରି ହେଇଥିବା ନେଇ ଏକ ଏତଲା ଦିଆଯାଇଥିଲା । ପରବର୍ତ୍ତି ସମୟରେ ପୁଲିସ ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ସଠିକ ତଥ୍ୟ ଜାଣିବା ପାଇଁ ସାଇନଟିଫିକ ଟିମ୍ କୁ ଅପେକ୍ଷା କରାଯାଇଛି ।

Comments are closed.