କଲମପୁରରେ କୋଭିଡ ଟିକାକରଣ, ପାଳନ ହେଉନି କରୋନା କଟକଣା ଆମ ଓଡ଼ିଶାନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ On Apr 2, 2021 Share କଲମପୁର: ସରକାରଙ୍କ ନିଷ୍ପତି ଅନୁସାରେ ଗୁରୁବାର ଠାରୁ ୪୫ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ଦିଆଯାଉଛି କୋଭିଡ ଟିକା। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବନ୍ଧକନା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମଚାରୀ ନିୟୋଜିତ ହେଇ ଲୋକଙ୍କୁ ଟିକା ଦେଉଛନ୍ତି। ଜିଲା ପ୍ରଶାସନର ନିଷ୍ପତି ଅନୁସାରେ କଲମପୁର ବ୍ଲକରୁ ଦୈନିକ ୫ଶହରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାରି ଫଳରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକାରଣ୍ୟ ଦେଖିବାକୁ ମିଳୁଛି। Related Posts ରାସ୍ତା ସଂଯୋଗ ନ ଥାଇ ତିଆରି ହୋଇଛି ପୋଲ Apr 22, 2021 ବାହାର ରାଜ୍ୟ ଫେରନ୍ତାଙ୍କୁ ଟିଏମସି… Apr 22, 2021 ଭାଲୁବୁଟ୍ରା, କୋଟାଗାଁ, ବିଜମରା, ପାଣିଗାଁ ଆଦି ଗ୍ରାମଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତ୍ୱ ୧୫ କିଲୋମିଟର। ଏତେ ଦୂର ଦୁରାନ୍ତରୁ ଲୋକେ ଆସି ଲୋକେ ଟିକା ନେବା ପାଇଁ ହଇରାଣ ହରକତ ହେଉଛନ୍ତି। କୋଭିଡ ଟିକା ନେବା ପାଇଁ ଆସିଥିବା ହିତାଧିକାରୀ ଙ୍କ ମଧ୍ୟରେ କୋଭିଡ କଟକଣା ମନୁନଥିବା ଦେଖାଯାଉଛି। ଏପରିକି ଅନେକେ ମାକ୍ସ ମଧ୍ୟ ବ୍ୟବହାର କରୁନଥିବା ବେଳେ ସାମାଜିକ ଦୂରତ୍ୱ ମାନୁନଥିବାରୁ କରୋନା ବ୍ୟାପିବାର ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ଅନ୍ୟପାଖରେ ଗତ ଦୁଇ ଦିନ ତଳେ କଲମପୁର ଅଂଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ପୁଣି ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ଦୁଇଦିନ ତଳେ ଚିହ୍ନଟ ହେଇଥିବା ବ୍ୟକ୍ତି ଜଣକ ବୃତ୍ତିରେ ଶିକ୍ଷକ ହେଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଛାତ୍ରୀ ଅଟନ୍ତି। ସେ ଗତ ୨୬ ତାରିଖ ଦିନ ଘରକୁ ଆସି ସଂରୋଧରେ ରହୁଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରକାଶ। Share FacebookTwitterWhatsApp