ଅଜଣା ଗାଡି ଧକ୍କା : ଜଣେ ଗୁରୁତର

କଲମପୁର : କଲମପୁର ଜୁନାଗଡ ମୁଖ୍ୟରାସ୍ତାର ଇଛାପୁର ମାଇନର କେନାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମଟର ସାଇକଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ବାବୁକେନ୍ଦୁଗୁଡାର ବିରେନ୍ଦ୍ର ନାଗ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ,  ବାବୁକେନ୍ଦୁଗୁଡାର ବିରେନ୍ଦ୍ର ନାଗ ନାମକ ଜଣେ ଚାଷୀ କଲମପୁର ଠାରେ ଟୋକନ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ସେ ନିଜ ମଟର ସାଇକଲରେ ସନ୍ଧ୍ୟା ବେଳେ ନିଜ ଗ୍ରମକୁ ଫେରୁଥିଲେ। ଏହି ସମୟରେ କୌଣସି ଏକ ଅଜଣା ଗାଡି ଦୃତ ଗତିରେ ଆସି ବିରେନ୍ଦ୍ରଙ୍କ ମଟର ସାଇକଲ ଧକ୍କା ହେଇଥିଲା। ଫଳରେ ବିରେନ୍ଦ୍ର ମଟର ସାଇକଲରୁ ଛିଟିକି ପଡିବା ସହ ଗୁରୁତର ଆହତ ହେଇଥିଲେ। ଘଟଣା ସ୍ଥଳରେ ତାଙ୍କ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏନେଇ ସ୍ଥାନିୟ ପୁଲିସ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୁଚନା ପାଇବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Comments are closed.