ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନର ପରମାନନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଗାଁର ଖଗେଶ୍ବର ଭଁଇସାଲର ଝିଅ ଗୁଡି ଭଁଇସାଲ ଘର ଛପର ଉପରେ ଓଦା କପଡା ଶୁଖାଇବା ସମୟରେ ଉକ୍ତ ଛପର ଉପରେ ଯାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ବଞ୍ଚାଇକୁ ଯାଇ ତାଙ୍କ ବଡ ଭାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ଓ ଅନ୍ୟ ଭାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।