ଦେଶୀ ଡଙ୍ଗାରେ ଜୀବନ

କଳାହାଣ୍ଡି : ଗାଁକୁ ଚାଲ ଗାଁକୁ ଗଢ ଏ ପରି ଅନେଗ ସ୍ଲୋଗାନ ନେଇ ସରକାରଙ୍କ କାହିଁରେ କେତେ ଯୋଜନା କିନ୍ତୁ ଏ ଚିତ୍ର ହିଁ ବୟାନ କରୁଛି ବିକାଶର ବାସ୍ଥବତା। ଆଜିକା ଯୁଗରେ ମନୁଷ୍ୟ ଚନ୍ଦ୍ରରେ ରହିବା ପାଇଁ ଅଣ୍ଟା ଭିଡି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଖୋଦ ମନ୍ତ୍ରୀ ଫିବ୍ୟ ଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକରେ ଏପରି ଏକ ଅଞ୍ଚଳ ଅଛି ଯେଉଁଠି କି ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ବିପଦକୁ ନିମନ୍ତ୍ରଣ କରି ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଆଦିବାସୀ ଅଞ୍ଚଳ ଭାବେ ପରିଚିତ ୮ଟି ପଞ୍ଚାୟତର ଲୋକେ ଆଜି ମଧ୍ୟ ସବୁ କାମ ପାଇଁ ଦେଶୀ ଡଙ୍ଗା ଭରଷାରେ ରହନ୍ତି। ଗୋଲାମୁଣ୍ଡା ବ୍ଳକ ଉକ୍ତ ଅଞ୍ଚଳର ବଡଚେରଗାଁ, ଉଛୁଲା, ଚହାକା, ନୂଆଗାଁ ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ବ୍ୟବସାୟୀକ କାମ ପାଇଁ ଜିଲ୍ଲାର ସଦରମହୁକୁମା ଭବାନୀପାଟଣା ଉପରେ ନିର୍ଭର କରନ୍ତି । କିନ୍ତୁ ଗରଗାବ ନିକଟରେ ଥିବା ଚିରସ୍ରୋତା ତେଲ ନଦୀ ମୁଖ୍ୟ  ଡଙ୍ଗାରେ ଯିବା ଆସିବା କରିବାକୁ । କାରଣ ଉକ୍ତ ଅଞ୍ଚଳର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ରାସ୍ତା ଦେଇ ସଦରମହୁକୁମା ଭବାନୀପାଟଣାକୁ ଯିବାକୁ ହେଲେ ୬୦ ରୁ ୮୦ କିଲୋମିଟର ଯିବାକୁ ପଡେ । କିନ୍ତୁ ଉକ୍ତ ନଦୀ ରାସ୍ତା ଦେଇ ଗଲେ ମାତ୍ର ୨୫ ରୁ ୩୦ କିଲୋମିଟର ପଡିଥାଏ । ଖରା ଓ ଶୀତ ଦିନରେ ଲୋକେ ଠିକ ଭାବରେ ଉକ୍ତ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକେ ଭଗବାନକୁ ଡାକି ନଦୀ ପାର ହେଉଥିବା କହନ୍ତି । କାରଣ ଅତି ଦୁର୍ବଳ ଦେଶୀ ଡଙ୍ଗାରେ ନଦୀ ପାର ହେବା ବିପଦକୁ ନିମନ୍ତ୍ରଣ କରିବା ସଦୃଶ ।

Comments are closed.