କଳାହାଣ୍ଡି କପ୍‌ କ୍ରିକେଟ୍‌

କଟକ: ଓସିଏ ଦ୍ବାରା ଚାଲିଥିବା ସିନିିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟ୍‌ରେ ଗୁରୁବାର ୮ଟି ମ୍ୟାଚ୍‌ ଖେଳା ଯାଇଥିଲା। ରେଭେନ୍‌ସା ଗ୍ରାଉଣ୍ଡରେ ସୁଜିତ ଲେଙ୍କାଙ୍କ ଅପରାଜିତ ଶତକ (୧୦୧) ବଳରେ ୮୬ ରନ୍‌ରେ ଅନୁଗୋଳକୁ ଇକୋର୍ସା ପରାସ୍ତ କରିଛି। ରେଭେନ୍‌ସା ଗ୍ରାଉଣ୍ଡ-୨ରେ ଅନୁରାଗ କାନୋଜିଆଙ୍କ ୮୭ ରନ୍ ବଳରେ କେନ୍ଦ୍ରାପଡ଼ାକୁ ୨୯ ରନ୍‌ରେ ବୌଦ୍ଧ ପରାସ୍ତ କରିଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଏମ୍‌.ଏସ୍. ଭାନୁଙ୍କ ୪ ୱିକେଟ ବଳରେ କଳାହାଣ୍ଡିକୁ ୭ ୱିକେଟରେ ଗଞ୍ଜାମ ପରାସ୍ତ କରିଛି। ସନ୍‌ସାଇନ୍ ଗ୍ରାଉଣ୍ଡରେ ଢେଙ୍କାନାଳର ମହମ୍ମଦ ସୁଲେମାନ୍ ୮୧ ରନ୍‌ କରିଥିଲେ ହେଁ କଟକ ‘ବି’ ୭ ୱିକେଟରେ ବିଜୟୀ ହୋଇଛି।

ମେଡିକାଲ କଲେଜ୍ ଗ୍ରାଉଣ୍ଡରେ ମାଲକାନଗିିରିକୁ ୭ ୱିକେଟରେ ସୁନ୍ଦରଗଡ଼ ପରାସ୍ତ କରିଛି। କିଟ୍‌ ଗ୍ରାଉଣ୍ଡରେ ଅଂଶୁମାନ ମହାନ୍ତିଙ୍କ ୪ ୱିକେଟ ଦଖଲ ବଳରେ ନବରଙ୍ଗପୁରକୁ ୭୫ ରନ୍‌ରେ ଭଦ୍ରଖ ପରାସ୍ତ କରିଛି। ଡ୍ରିମ୍‌ସ ଗ୍ରାଉଣ୍ଡରେ ନରେନ୍ଦ୍ର ଦାଶଙ୍କ ୭୫ ରନ୍‌ ବଳରେ ନୂଆପଡ଼ାକୁ ୭ ୱିକେଟରେ ଭୁବନେଶ୍ବର ‘ଏ’ ପରାସ୍ତ କରିଛି। ନିମପୁର ଗ୍ରାଉଣ୍ଡରେ ନୟାଗଡ଼କୁ ୭ ୱିକେଟରେ ଖୋର୍ଦ୍ଧା ପରାସ୍ତ କରିଛି। ରେଳବାଇ ଷ୍ଟାଡିୟମ୍‌ରେ ଓଦା ପଡ଼ିଆ ଯୋଗୁଁ ବାଲେଶ୍ବର-ଦେବଗଡ଼ ମ୍ୟାଚ୍‌ ବାତିଲ ହୋଇଯାଇଛି।

Comments are closed.