କଳାହାଣ୍ଡି ଜିଲ୍ଲାରେ ୪୬୦ରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୬ତାରିଖ ସନ୍ଧ୍ୟା ସୁଦ୍ଧା ୪୫ଟି କରୋନା ପଜିଟିଭ୍‍ ମାମଲା ସାମ୍ନାକୁ ଆସିଥିବା ବେଳେ ରାତିରେ ପୁଣି ଆଉ ୧୫ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୦ରେ ପହଞ୍ଚିଛି। ଯାହା ଜିଲ୍ଲାପ୍ରଶାସନର ଚିନ୍ତା ବଢାଇ ଦେଇଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନର ସବୁପ୍ରକାରର ଉଦ୍ୟମ ସତ୍ୱେ ମଧ୍ୟ କରୋନା ଥୟ ଧରିବାର ନାଁ ନେଉ ନାହିଁ। ଗତ ୫ ତାରିଖ ରାତିରେ ୨୭ ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ ୬ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୪୫ଟି ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଲାଞ୍ଜିଗଡ ବ୍ଲକରେ ୨୦ଜଣ, ନର୍ଲା ବ୍ଲକରେ ୧୧ଜଣ, କେସିଙ୍ଗା ବ୍ଲକରେ ୬ଜଣ, ଗୋଲାମୁଣ୍ଡା ବ୍ଲକରେ ୫ଜଣ, ଜୁନାଗଡ ବ୍ଲକରେ ୨ଜଣ ଏବଂ ଧର୍ମଗଡ ବ୍ଲକରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ୬ତାରିଖ ରାତ୍ରିରେ ପୁଣି ୧୫ଟି ପୋଜେଟିଭ୍‍ ଚିହ୍ନଟ ହେବା ଫଳରେ ଜିଲ୍ଲାରେ ୪୬୦ଟି କରୋନା ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି। ଏହି ଆକ୍ରାନ୍ତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କର ତଥ୍ୟ ସଂଗ୍ରହ କରାଯାଉଥିବା ଜିଲ୍ଲାପ୍ରଶାସନ ପ୍ରକାଶ କରିଛି।

ସେହିପରି ଜିଲ୍ଲାରେ ୪୬୦କରୋନା ପଜିଟିଭ୍‍ ମଧ୍ୟରୁ ଗତ ୬ତାରିଖ ସୁଦ୍ଧା ୧୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୭ଜଣ ବର୍ତମାନ କୋଭିଡ଼୍‍ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୨ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ପଜିଟିଭ୍‍ କେସ୍‍ ମଧ୍ୟରୁ ୭୦.୫୦ପ୍ରତିଶତ ପୁରୁଷ ଓ ୨୯.୫୦ପ୍ରତିଶତ ମହିଲା ଅଛନ୍ତି। ମହିଳାମାନେ ଅଧିକାଂଶ ସମୟରେ ଘର ଭିତରେ ରହୁଥିବାରୁ ମହିଳା କରୋନା ଆକ୍ରାନ୍ତ ସମ୍ଭାବନା କମ୍‍ ରହିଛି। ଯେଉଁ ମହିଳାମାନେ କରୋନା ସଂକ୍ରମିତ ହୋଇଛି ସେମାନଙ୍କ ପରିବାର ସଦସ୍ୟ ମଧ୍ୟରୁ କୌଣସି ବ୍ୟକ୍ତି ପୂର୍ବରୁ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ସଂସ୍ପର୍ଶରେ ଆସି ଉକ୍ତ ମହିଳା ସଂକ୍ରାମିତ ହୋଇଥାନ୍ତ ବର୍ତମାନ ସୁଦ୍ଧା ୪୬୦ରୁ ୧୮.୫୦ପ୍ରତିଶତ ୦.୨୦ବର୍ଷ ବୟସ ଭିତରେ ଆକ୍ରାନ୍ତ ହେଉଥିବା ବେଳେ ୬୦.୭୫ପ୍ରତିଶତ ୨୧ବର୍ଷରୁ ୪୦ବର୍ଷ ବୟସ ଭିତରେ ଆକ୍ରାନ୍ତ ହୋଇଛନ୍ତି। ସେପରି ୧୭.୭୫ପ୍ରତିଶତ ୪୦ ରୁ ୬୦ବର୍ଷ ବୟସ ଓ ୩ପ୍ରତିଶତ ୬୧ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଆକ୍ରାନ୍ତ ହୋଇଥିବା ଜିଲ୍ଲାପ୍ରଶାସନ ପ୍ରକାଶ କରିଛି। ବିଶେଷ କରି ବରିଷ୍ଠ ନାଗରିକମାନେ ଜରୁରୀ କାମ ନଥିଲେ ଘରୁ ପଦାକୁ ବାହାରୁ ନଥିବାରୁ ସେମାନଙ୍କ ସଂକ୍ରମିତ ସଂଖ୍ୟା କମ୍‍ ରହିଛି। କିନ୍ତୁ ୨୧ବର୍ଷରୁ ୬୦ବର୍ଷ ବୟସର ବ୍ୟକ୍ତିମାନେ ଅଧିକ ସମୟ ବିଭିନ୍ନ କାମ ଧନ୍ଦା, ବଜାର ସଉଦା, ବ୍ୟବସାୟୀକ ଓ ଅନ୍ୟାନ୍ୟ କର୍ମସଂସ୍ଥାନ କାର୍ୟ୍ୟରେ କାମ କରୁଥିବାରୁ ସେମାନେ ଅଧିକ ସମୟ ଘରୁ ବାହାରକୁ ଯାଉଥିବା ହେତୁ ସେମାନେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ଏହି ବୟସର ବ୍ୟକ୍ତିମାନେ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି।

Comments are closed.