ନିୟନ୍ତ୍ରଣ ହେଉନାହିଁ ମହିଷା ରୋଗ : କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲା କଲମପୁର ଇନ୍ଦ୍ରାବତୀ ସେଚାଞ୍ଚଳ ଭାବରେ ପରିଚିତ। ହେଲେ କଲମପୁର ବ୍ଲକ ଅଞ୍ଚଳର ଚାଷ ଜମିରେ ଏବେ ମହିଷା ରୋଗ ସମେତ ଗଣ୍ଠି ପୋକର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ରବି ଫସଲରେ ଇନ୍ଦ୍ରାବତୀ ଳସେଚନ ମାଧ୍ୟମରେ ୯ହଜାର ୫୦୦ ହେକ୍ଟର ଓ ଗଭିର ନଳକୂଅ ଏବଂ ହାତୀ ନଦୀର ଉଠା ଜଳ ସେଚନ ଦ୍ବାରା ୮୨୫ ସର୍ବମୋଟ ୧୦ହଜାର ୩୨୫ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି । ଏଥି ମଧ୍ୟରୁ ପ୍ରାୟ ଏକ ହଜାରରୁ ଅଧିକ ଚାଷ ଜମିରେ ମହିଷା ରୋଗ ଓ ଗଣ୍ଠି ପୋକର ପ୍ରଭାବ ରହିଥିବା କୃଷି ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି।

କିନ୍ତୁ ପରିତାପର ବିଷୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି କରୁଥିବା ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ରିହାତି ମୂଲ୍ୟର କୀଟନାଶକ ଯୋଗାଇ ନାହାଁନ୍ତି । ଯାହା ଫଳରେ ଚାଷୀ ଖୋଲା ବଜାରରୁ ଆଧିକ ମୂଲ୍ୟ ଦେଇ କୀଟନାଶକ କିଣି ଶୋଷଣର ଶିକାର ହେଉଛନ୍ତି । ଏହାସହ କୃଷକମାନଙ୍କ ଅସମୟରେ କୌଣସି କୃଷି କର୍ମଚାରୀଙ୍କ ଦେଖା ମିଳୁନାହିଁ । ଯେଉଁଥିପାଇଁ ଚାଷୀ ଅନଭିଜ୍ଞ ଦୋକାନୀ ଅଥବା କମ୍ପାନୀ ଲୋକଙ୍କ ପରାମର୍ଶ ନେଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।

Comments are closed.