ଥୁଆମୁଳ ରାମପୁର ପୁଲିସର ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ପୁଲିସ ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ହେଇଯାଇଛି। ଏ ଅବସରରେ ଭାରପ୍ରାପ୍ତ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ନେତୃତ୍ୱରେ ଆରାଧ୍ୟା ଦେବୀ ମାଣିକେଶ୍ୱରୀଙ୍କ ମନ୍ଦିର ଛକ ଠାରୁ ଏକ ସଚେତନ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଥାନା କର୍ମଚାରୀଙ୍କ ସମେତ ମାଣିକେଶ୍ୱରୀ ୟଙ୍ଗ କ୍ଲବ, ଅମୃତ ଭାରତୀ, ନବଜୀବନ ଯୁବ ଅନୁଷ୍ଠାନର ସଦସ୍ୟ, ବିଭିନ୍ନ ବିଦ୍ୟାଳୟ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ବହୁ ଯୁବକ ମାନେ ସାମିଲ ହେଇ ସଡକ ସୁରକ୍ଷାର ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଥାନା ଅଧିକାରୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବଜାର ପ୍ରାଙ୍ଗଣରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ଏଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ସମିତି ସଭ୍ୟ ମନୋରଞ୍ଜନ ନାଏକ, ଥୁଆମୁଳ ରାମପୁର ସାମ୍ବାଦିକ ସଂଘରୁ ସାମ୍ବାଦିକ ପ୍ରଦୀପ ପଣ୍ଡା, ଭାନୁ ପ୍ରତାପ ମୁଣ୍ଡ, କୈଳାଶ ଚନ୍ଦ୍ର ଛତ୍ରିଆ, ଶ୍ରୀନିବାସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏ.ଏସ.ଆଇ ଅଜୟ କୁମାର ନାଏକ ଓ ଥୁଆମୁଳ ରାମପୁର ସ୍ଥିତ ଆଇ.ଆର.ବି ଯବାନ ସହଯୋଗ କରିଥିଲେ।

Comments are closed.