ସ୍ତ୍ରୀର ଶାଢ଼ୀ ବେକରେ ଲଗାଇ ସ୍ଵାମୀର ଆତ୍ମହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବିଜମରାର ମିନି ଷ୍ଟାଡିୟମ ନିକଟରେ ଥିବା ମଶାଣିରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ ଜଣକ ବିଜମରା ଗ୍ରାମର ଦୁର୍ଯ୍ୟୋଧନ ବାଗ ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ସୁନିତା ବାଗଙ୍କ ଗତ ତିନିମାସ ତଳେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଯ୍ୟୋଧନ କେଉଁ କରାଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ଖବର ପାଇ ଘଟଣା ସ୍ଥାନରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.