ମରଣାନ୍ତକ ଆକ୍ରମଣ କରି ଲୁଟକଲେ ଡକାୟତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଫଟକିମହୁଲ ଗ୍ରାମର ବିଶ୍ୱନାଥ ମାଝୀଙ୍କ ଘରୁ ଏକ ଡାକାୟତ ଦଳ ଘରର କବାଟ ଭାଙ୍ଗି ଭିତରକୁ ପଶିବା ସହ ପରିବାର ଲୋକଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି।

 ସୂଚନା ଅନୁଯାୟୀ,  ଡାକାୟତ ଦଳ ଘରର କବାଟ ଭାଙ୍ଗି ଭିତରକୁ ପଶିବା ସହ ପରିବାର ଲୋକଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭିତ କରିଥିଲେ। ଏହି ସମୟରେ ବିଶ୍ୱନାଥଙ୍କ ପତ୍ନୀ ମଣି ମାଝୀ ଡକାୟତ ଦଳଙ୍କୁ ପ୍ରତିରୋଧ କରିବା ପାଇଁ ପ୍ରୟାସ କରିବା ବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମଣିଙ୍କ ମୁଣ୍ଡ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହାସହ ଘରେ ଥିବା ୨୦ ହଜାର ଟଙ୍କା ସହ ୨ ତୋଳା ସୁନା ଓ ଏକ ଏଲଇଡି ଟିଭି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଅନ୍ୟପଟେ ଡକାୟତ ଦଳଙ୍କ ଆକ୍ରମଣର ଶିକାର ହେଇଥିବା ମଣି ମାଝୀଙ୍କର ପ୍ରବଳ ରକ୍ତ ସ୍ରାବ ହେବା ଦ୍ୱାରା ଗୁରୁତର ହେଇ ପଡିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥୁଆମୁଳ ରାମପୁର ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

Comments are closed.