କାଳବୈଶାଖି ବର୍ଷାରେ ବୁଡିଲା ଏନ୍‍ଏଚ୍‍, ଡୁବିଲା ଟ୍ରକ

ବେଲଗାଁ : ରବିବାର ରାତ୍ରି ୮ଟାରୁ ବେଲଗାଁ ଅଞ୍ଚଳରେ କାଳବୈଶାଖୀର ପ୍ରକୋପରେ ହୋଇଥିବା ବର୍ଷା ଲୋକଙ୍କୁ ଭୟଭିତ କରିଥିଲା। ପ୍ରାୟ ଶହେରୁ ଦେଢ ଶହ ବେଗରେ ପବନ ସହ ପ୍ରଚଣ୍ଡ ଘଡଘଡ଼ିି ସହ ବର୍ଷା ହୋଇଥିଲା। ଏହା ରବିବାର ରାତ୍ରି ୮ଟାରୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲାଗି ରହିଥିଲା। ପ୍ରବଳ ପବନ ନେଇ ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ବିଦ୍ୟୁତ ସରାବରାହ ପ୍ରାୟ ୧୯ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଛି। ଅନେକ ଆଜବେଷ୍ଟସ ଘର ଛାତ ଉଡି ଯାଇଛି। ପ୍ରାୟ ୨ ବର୍ଷ ତଳେ ନିମ୍ନମାନର ନିର୍ମାଣ ନେଇ ଏନ୍‍ଏଚ୍‍ ବିଭାଗର ଡ୍ରେନ ଭାଙ୍ଗିରୁଜି ପୋତି ହୋଇଯିବା ନେଇ ବେଲଗାଁ ଚାରିଛକ ଜଳମଗ୍ନ ସହ ରାସ୍ତା ଡ୍ରେନରେ ପରିଣତ ହୋଇ ଯାତାୟତରେ ବାଧା ଉତ୍ପନ୍ନ ହୋଇଥିବା ଅଭିଯୋଗ ହୋଇଛି। ରାତ୍ରି ପ୍ରାୟ ୩ଟାରେ ଚାରିଛକ ନିକଟରେ ଜାତୀୟ ରାଜପଥରେ ଟ୍ରକ ଧସେଇ ପସି ଚାଳକ ରକ୍ଷା ପାଇଥିବା ବେଳେ ଅଲ୍ପକେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିବା ଜଣାପଡ଼ିଛି।

Comments are closed.