କଖଡି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ଶିଳାନ୍ୟାସ ଉତ୍ସବ

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀର ନଦୀକୂଳ ସାହି କଖଡି ସର୍ବଦା ନେତୃତ୍ୱ ନେଇଆସିଛି । ଶିକ୍ଷା, ସଂସ୍କୃତି, ଆଧ୍ୟାତ୍ମିକତା ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇ ଥାଏ ବୋଲି କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  କହିଛନ୍ତି । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଏହାଦ୍ୱାରା ନିଜକୁ ଶସକ୍ତ ଭାବରେ ଗଢିତୋଳିପାରିବେ ବୋଲି ସେ କହିଛନ୍ତି । ବିଦ୍ୟାଳୟ ପ୍ରଧାନଶିକ୍ଷକ ରଣଜିତ୍ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଟାଙ୍ଗି-ଚୌଦ୍ୱାର ବ୍ଲକ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ଜିଲ୍ଲା ବିଜେଡି ସଂପାଦକ ରଞ୍ଜନ କୁମାର ଆଚାର୍ଯ୍ୟ, ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ସମିତିସଭ୍ୟ ତଅପୋଇ ବେଦାନ୍ତ, ବିଦ୍ୟାଳୟ ପରିଚଳାନା କମିଟି ସଭାପତି ନାରାୟଣ ସାହୁ, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ଦିଲ୍ଲିପ କୁମାର ଛତାର, ଚନ୍ଦ୍ରଶେଖର ପରିଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇବା ସହ ଆମ ପିଲା ଶିକ୍ଷାକ୍ଷେତ୍ରରେ ଆଗକୁ ମାଡିଚାଲିବେ ବୋଲି କହିଥିଲେ।

Comments are closed.