କଖଡିରେ ଆଧ୍ୟାତ୍ମିକ ସମ୍ମିଳନୀ

ଗୁରୁଡିଝାଟିଆ : କଖଡି ଲକ୍ଷ୍ମୀ ନାରାୟଣ ନଦିଆ ଗୋଷ୍ଠୀର ବାର୍ଷିକ ଉତ୍ସବ ଉପଲକ୍ଷେ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ବ୍ଲକର ଦ୍ୱାରାବତୀପୁର, ଡାଳଭାଗ, ଘଣ୍ଟିଖାଲ, ବୌଦ୍ଧପୁର ଓ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି, ମହାଳପଡା ଓ କଖଡିର ଶ୍ରୀରାମ ରାମଲୀଳା ପ୍ରଚାର ସମିତି ଆଦି ୭ଗୋଟି ମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହି ସଂକୀର୍ତ୍ତନ ପରିବେଷଣ କରିଥିଲେ । ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ଅଧିକାରୀ ଶରତ ଚନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ଗାଁ କମିଟି ସଭାପତି ଦିଲ୍ଲିପ ଛତାର, ପୂର୍ବତନ ସଭାପତି ସୁରେନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ରାମଲୀଳା ପ୍ରଚାର ସମିିତିର ସଭାପତି ମାୟାଧର ଦଳାଇ, ବରିଷ୍ଠ ନାଗରିକ ସଂଘର ଉପସଭାପତି ବିଷ୍ଣୁଚରଣ ମହାରଣା ଓ ଅନାମ ଚରଣ ସାହୁ ପ୍ରମୁଖ ପ୍ରଭୂଙ୍କ ନାମ ସମାଜରେ ସାତ୍ତ୍ୱିକ ଭାବନା ସୃଷ୍ଟି କରିବା ସହ ଭାତୃତ୍ୱ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ । ଆଜିର ସମାଜ ବ୍ୟବସ୍ଥାରେ ବିଭୂନାମର ମାହାତ୍ମ୍ୟ ଏକାନ୍ତ ଉପାଦେୟ ବୋଲି କହିଥିଲେ । ସୁଶାନ୍ତ କୁମାର ମୁଦୁଲି, କାଳନ୍ଦୀ ସାମଲ, ନିଳମଣୀ ବାରିକ, ରମେଶ ଚନ୍ଦ୍ର ନାୟକ ଓ ନରେନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.