କଖଡି ମା’ କୋଟ ମଙ୍ଗଳାଙ୍କ ଶାରଦୀୟ ଉତ୍ସବ ପାଳିତ

ଗୁରୁଡିଝାଟିଆ : କଖଡି ଠାରେ ବିଜେ ମା’ କୋଟ ମଙ୍ଗଳାଙ୍କ ଶାରଦୀୟ ଉତ୍ସବ ବିଧି ମୁତାବକ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠୀ ଠାରୁ ଦଶମୀ (ଦଶହରା) ପର୍ଯ୍ୟନ୍ତ ମାଆଙ୍କର ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ଅଷ୍ଟମୀଦିନ ଗାଁର ଜନସାଧାରଣଙ୍କ ସହିତ ମଞ୍ଚେଶ୍ୱର, ଅନନ୍ତପୁର ଓ କଖଡି ପଞ୍ଚାୟତର ଶ୍ରଦ୍ଧାଳୁମାନେ କରୋନା କଟକଣା ବିଧି ଅନୁଯାୟୀ ମାଆଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ପୂଜକ ଶକ୍ତି ପ୍ରସାଦ ପତି ମାଆଙ୍କର ସମସ୍ତ ବେଶ ଓ ପୂଜାର୍ଚ୍ଚନା କରିଥିଲେ।

Comments are closed.