MEllora 950×100

ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  କଖଡିସ୍ଥିତ ମହାନଦୀ ଡିଗ୍ରୀ ମହାବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଖଡି ଗ୍ରାମ୍ୟ କମିଟିର ସଭାପତି ଦିଲ୍ଲିପ ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ନବାଗତ ବିଦ୍ୟାର୍ଥୀ ମହାବିଦ୍ୟାଳୟର ଯଶକୀର୍ତ୍ତିର ପ୍ରତୀକ। ସେମାନଙ୍କ ତ୍ୟାଗ, ନିଷ୍ଠା, ସଂକଳ୍ପ ଓ ଅଧ୍ୟବସାୟ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଶିକ୍ଷାବିତ୍ ଫକୀର ଚରଣ ସୀତାରାମ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ଶୃଙ୍ଖଳା ଓ କଠିନ ପରିଶ୍ରମକୁ ଆୟୁଧ କଲେ ନବାଗତ ବିଦ୍ୟାର୍ଥୀମାନେ ଜୀବନରେ ସଫଳତାର ସିଡି ଚଢିପାରିବେ। ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆ ନବାଗତ ବିଦ୍ୟାର୍ଥୀମାନଙ୍କୁ ଭଲ ଓ ବଡ ମଣିଷ ହୋଇ ମହାବିଦ୍ୟାଳୟ ନାମକୁ ପ୍ରଜ୍ୱଳିତ କରିବା ନିମନ୍ତେ କହିଥିଲେ। ଅଧ୍ୟାପିକା ଡଃ କଳ୍ପନା ଦାସ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ସୌମ୍ୟା ସାଗରିକା ଜେନା, ନାରାୟଣ ସାହୁ ଓ ଅଧ୍ୟାପିକା ଏଲିନା ପରିଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ନବାଗତ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ରୀୟ ବିଧି ମୁତାବକ ଫୁଲ ଚନ୍ଦନ ଦେଇ ଆମନ୍ତ୍ରଣ କରାଯାଇଥିଲା। ମହାବିଦ୍ୟାଳୟ ବିଦ୍ୟାର୍ଥୀ ହରପ୍ରିୟା ବାରିକ ଓ ଚନ୍ଦ୍ରଶେଖର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.