ଉପକାରୀ କାଜୁ

କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଉପକାରୀ ଗୁଣର ଭଣ୍ଡାର। ଏଥିରେ ମାଗ୍ନେସିୟମ, ପୋଟାସିୟମ, ଜିଙ୍କ, ଆଇରନ, ମାଙ୍ଗାନିଜ, ସେଲେନିୟମ, ମିନେରାଲ୍ସ, ଭିଟାମିନ ଇ ପ୍ରଚୁର ମାତ୍ରାରେ ରହିଛି।
କାଜୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୋଡିୟମର ମାତ୍ରା କମ ରହିଥାଏ। ଏହାସହ ପୋଟାସିୟମ ଓ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
କାଜୁ ହାଡ଼ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ରହିଛି। କ୍ୟାଲସିୟମ ଭଳି ମାଗ୍ନେସିୟମ ମଧ୍ୟ ହାଡ଼କୁ ମଜଭୂତ କରିବାରେ ସାହାଯ୍ୟ କରେ। ହାଡକୁ ସୁସ୍ଥ ରଖେ।
ଏହା ହୃଦୟ ପାଇଁ ମଧ୍ୟ ବେଶ ଉପକାରୀ।
ସ୍ମରଣ ଶକ୍ତିର ଦୁର୍ବଳତା ହେତୁ ଅନେକ ଲୋକେ ବହୁ ସମୟରେ ସହଜରେ କଥା ଭୁଲି ଯାଆନ୍ତି। ଏହି ସମସ୍ୟାର ସମାଧାନ ହେଉଛି କାଜୁ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ। ତେଣୁ ନିୟମିତ ଗୋଟିଏ କାଜୁ ଖାଇବା ଦ୍ୱାରା ସବୁ କଥା ସହଜରେ ମନେ ରହିଥାଏ।
ଖାଲି ପେଟରେ ମହୁ ସହ କାଜୁ ଖାଇଲେ ପିଲା ମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ସହଜରେ ପାଠ ମନେ ରହିଥାଏ।

Comments are closed.