ବିବାହ କଲେ କାଜଲ ଅଗ୍ରୱାଲ

ମୁମ୍ବଇ : ବଲିଉଡ ଏବଂ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତକାଲି(ଶୁକ୍ରବାର) ବିବାହ କରିଛନ୍ତି। ସେ ନିଜ ପୁରୁଷ ବନ୍ଧୁ (ବୟଫ୍ରେଣ୍ଡ) ଗୌତମ କିଚଲୁଙ୍କୁ ମୁମ୍ବଇର ଏକ ହୋଟେଲରେ ବିବାହ କରିଛନ୍ତି। ବିବାହ ଉତ୍ସବରେ କରୋନା କଟକଣା ଅନୁଯାୟୀ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ବିବାହ ଉତ୍ସବର ଫଟୋ ଗୁଡ଼ିକ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କାଜଲ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ। ଫଟୋରେ କାଜଲଙ୍କୁ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା।

