କମଲନାଥ ସରକାର ଭାଙ୍ଗିବା ପାଇଁ ମୋତେ ଡାକିଥିଲେ ଦିଗବିଜୟ: କୈଳାସ ବିଜୟବର୍ଗୀୟ

ଭୋପାଳ : ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଙ୍ଗଳବାର ଇନ୍ଦୋରଠାରେ ଆୟୋଜିତ କୃଷକ ଆକ୍ରୋଶ ର‍୍ୟାଲିରେ ଚାଞ୍ଚଲ୍ୟକର କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ସୁରେଶ ପାଚୋରୀ ତାଙ୍କୁ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ଡାକିଥିଲେ। ଅର୍ଥାତ ମଧ୍ୟପ୍ରଦେଶର କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ କଂଗ୍ରେସର କେତେକ ବରିଷ୍ଠ ନେତା ଚେଷ୍ଟା କରୁଛନ୍ତି। ବିଜୟବର୍ଗୀୟଙ୍କ ଏହି ମନ୍ତବ୍ୟ ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ଏହାସହ ସେ କହିଛନ୍ତି ଯେ କମଲନାଥଙ୍କ ସମସ୍ତ ଓଏସଡିଙ୍କ ପାଖରେ ଟଙ୍କା ଗଣିବା ମେସିନ ଅଛି। କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଯେତିକି ଅଦଳବଦଳ ହୋଇଛି ସେତିକି ଅଦଳ ବଦଳ ଦେଶରେ ହୋଇନାହିଁ। ଲୋକଙ୍କୁ ବଦଳି କରିବା ପାଇଁ କମଲନାଥ ଲାଞ୍ଚ ନେଇଛନ୍ତି। ଏପରିକି ୨୫ ଲକ୍ଷ ଟଙ୍କା ନେବା ସତ୍ତ୍ବେ ତାଙ୍କୁ ବଳଦି କରାଯାଇନାହିଁ ବୋଲି ଜଣେ ପୁଲିସ୍‍ ଅଧିକାରୀ ତାଙ୍କୁ ଜଣାଇଥିବା ସେ କହିଛନ୍ତି। କୈଳାସ ବିଜୟବର୍ଗୀୟଙ୍କ ଏହି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.