ମୁକ୍ତିଲାଭ ତାରିଖ ସହ ସାମ୍ନାକୁ ଆସିଲା ‘କବୀର ସିଂହ’ର ନୂଆ ପୋଷ୍ଟର

ମୁମ୍ବଇ : ଶାହିଦ୍‍ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କବୀର ସିଂହ’ର ନୂଆ ପୋଷ୍ଟର ରବିବାର ରିଲିଜ୍‍ ହୋଇଛି। ଏହାକୁ ନିଜେ ଶାହିଦ୍‍ ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ଶେୟାର କରିଛନ୍ତି। ପୋଷ୍ଟର ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ‘କବୀର ସିଂହ’ ଚଳିତ ବର୍ଷ ୨୧ ଜୁନରେ ମୁକ୍ତିଲାଭ କରିବ ବୋଲି ଶାହିଦ୍‍ ସୂଚନା ଦେଇଛନ୍ତି। ପୋଷ୍ଟରରେ ଶାହିଦ୍‍ଙ୍କ ଘଞ୍ଚ ଦାଢି ଲୁକ୍‍ ଦେଖିବାକୁ ମିଳିଛି।

 

ପ୍ରକାଶଯୋଗ୍ୟ, ‘କବୀର ସିଂହ’ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‍। ଏହାର ନିର୍ଦ୍ଦେଶନା ଭାର ସନ୍ଦୀପ ଭାଙ୍ଗା ବହନ କରିଛନ୍ତି। ଏଥିରେ ଶାହିଦ୍‍ଙ୍କ ବିପକ୍ଷରେ କିୟାରା ଆଡ଼ଭାନୀ ନାୟିକା ଭାବେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରର କାହାଣୀ ଜଣେ ନିଶାସକ୍ତ ଶଲ୍ୟ ଚିକିତ୍ସକଙ୍କ ଉପରେ ଗତିଶୀଳ ହୋଇଛି। ଯିଏ ତା’ର ଭଲପାଇବାକୁ ହରାଇବା ପରେ ନିଜକୁ ବର୍ବାଦ କରିବାକୁ ମନସ୍ଥ କରିନେଇଛି। ଚଳଚ୍ଚିତ୍ରର ଟିଜର୍‍ ପୂର୍ବରୁ ଜାରି କରାଯାଇଥିଲା ଓ ଏହାକୁ ଲୋକେ ଖୁବ୍‍ ପସନ୍ଦ ମଧ୍ୟ କରିଥିଲେ।
.

Comments are closed.